ରାଜ୍ୟ

ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପରଲୋକ

ଭୁବନେଶ୍ୱର: ଝାରସୁଗୁଡାର ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ଦେହାନ୍ତ ହୋଇଯାଇଛି। ଆଜି ଭୋର ସମୟରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ସେ ଯକୃତ ରୋଗରେ ପୀଡିତ ଥିଲେ। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର ସମୟରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଝାରସୁଗୁଡାରୁ କଂଗ୍ରେସ ଟିକେଟରେ ୩ ଥର ନିର୍ବାଚନ ଜିତିଥିଲେ। ସେ ୧୯୮୦, ୧୯୮୫ ଓ ୧୯୯୫ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *