ମହାନଗର

ଯନ୍ତ୍ରଣା ଦେଉଛି ଦୟାୱେଷ୍ଟ କେନାଲ

ଭୁବନେଶ୍ବର: ବିଏମ୍‌ସିର ୫୯ ନମ୍ବର ୱାର୍ଡ ପୁରୁଣା ଭୁବନେଶ୍ବରର ଏକ ପ୍ରମୁଖ ଅଞ୍ଚଳ। ଶ୍ରୀଲିଙ୍ଗରାଜ ମନ୍ଦିର, କପିଳେଶ୍ବର, ବିନ୍ଦୁସାଗର, ମୁକ୍ତେଶ୍ବର ମନ୍ଦିର ଭଳି ବିଶ୍ବ ପ୍ରସିଦ୍ଧ ଐତିହ୍ୟସ୍ଥଳ ଥିବା ଏହି ୱାର୍ଡ କେବଳ ରାଜ୍ୟ ନୁହେଁ, ଭାରତବର୍ଷର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର। ପ୍ରତିଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଶହଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ତେଣୁ ଏହି ଅଞ୍ଚଳର ବିକାଶ ସବୁବେଳେ ଓଡ଼ିଶାର ରାଜଧାନୀ ପାଇଁ ଗୁରୁତ୍ବ ବହନ କରେ। ଏଠାରେ ବହୁ ସମସ୍ୟା ରହିଥିଲେ ବି ଗତ କିଛି ବର୍ଷ ଭିତରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି। ରାସ୍ତା, ଡ୍ରେନ୍‌, ପାନୀୟ ଜଳ ଓ ଷ୍ଟ୍ରିଟ୍‌ ଲାଇଟ୍‌ ଭଳି ବହୁ ମୌଳିକ ସମସ୍ୟାର ସମାଧାନ ହୋଇଛି। ତେବେ ଦୟାୱେଷ୍ଟ କେନାଲ ଏହି ୱାର୍ଡର କିଛି ଅଞ୍ଚଳ ପାଇଁ ଦୁଃଖର କାରଣ ପାଲଟିଛି। ବର୍ଷକ ମଧ୍ୟରେ ବହୁ ରାସ୍ତାର ରୂପରେଖ ବଦଳିଛି। ଲିଙ୍ଗରାଜ ମନ୍ଦିରରୁ ସାମନ୍ତରାପୁର ରାସ୍ତା, ନୂଆଗାଁ ରାସ୍ତା ଅବସ୍ଥା ସୁଧୁରିଛି। କିନ୍ତ ସମନ୍ତରାପୁର ଛକ ରେ ନିର୍ମାଣ ହୋଇଥିବା ତୋରଣ ଅଧା ହୋଇ ପଡିଛି l ଠିକାଦାର ଟଙ୍କା ନେଇ ଛୁ ମାରିଛି, ଡ୍ରେନ ନିର୍ମାଣ ନିମ୍ନମାନର ହୋଇଛି, ବିଜେଡି ମନ୍ତ୍ରୀ ଓ ବିଜେଡି ନେତାଙ୍କ ପିସି ନେବାଯୋଗୁ ସବୁ କାର୍ଯ୍ୟ ଖରାପ ହେଉଛି l ସାମନ୍ତରାପୁରରୁ କପିଳେଶ୍ବର ସ୍ବରେଜ୍‌ ଲାଇନ୍‌ କାମ ଓ ବିନ୍ଦୁସାଗରକୁ ପାଇପ୍‌ ଲାଇନ୍‌ ବିଛାଇବା କାମ ସରିଛି। ୱାର୍ଡର ବହୁ ଅଞ୍ଚଳରୁ ପିଇବା ପାଣି ସମସ୍ୟା ଦୂର ହୋଇଛି। ତା’ ସତ୍ତ୍ବେ ବି କିଛି ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅଞ୍ଚଳବାସୀ। ଦୟାୱେଷ୍ଟ କେନାଲର ମଇଳା ପାଣିରୁ ବାହାରୁଥିବା ନାକ ଫଟା ଦୁର୍ଗନ୍ଧ ଅସହ୍ୟ ହୋଇପଡ଼ୁଛି।

Leave a Reply

Your email address will not be published. Required fields are marked *