ଧର୍ମ

ବାରୁଣୀ ସ୍ନାନ କଲେ ହଜାର ହଜାର ଶ୍ରଦ୍ଧାଳୁ

ଯାଜପୁର: ଆଜି ପବିତ୍ର ବାରୁଣୀ। ଯାଜପୁର ଦଶାଶ୍ୱମେଧ ଘାଟ ପୁଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି। ଏଥିସହିତ ବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଲା  ଓ ଜିଲ୍ଲା ବାହାରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି।ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୂପ। ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ। ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ। ଏଥିପାଇଁ ଯାଜପୁର ପୌର ପ୍ରଶାସନ ପକ୍ଷରୁ ବିଭିନ୍ନ ବନ୍ଦୋବସ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *