ମୁଖ୍ୟ ଖବର

ପ୍ରଦୂଷଣ ବଳୟରେ କେନ୍ଦୁଝର ସହର

କେନ୍ଦୁଝର, : କେନ୍ଦୁଝର ଜିଲା ମୁଖ୍ୟାଳୟ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ରହିଛି। ଏୟାର କ୍ୱାଲିଟି ଇଣ୍ଟେକ୍ସ ଅତ୍ୟଧିକ ମାତ୍ରାରେ ବଢ଼ିଯାଇଛି। ଲୋକମାନେ ପ୍ରଦୂଷଣ ବଳୟରେ ରହୁଥିବା ବେଳେ ଅଜାଣତରେ ବିଷାକ୍ତ ବାୟୁ ନିଃଶ୍ୱାସ ପ୍ରଶ୍ୱାସରେ ନେଉଛନ୍ତି। ଏହା ବୃଦ୍ଧାବୃଦ୍ଧ, ଶିଶୁମାନଙ୍କ ପାଇଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରୁଛି। ବହୁ ସଂଖ୍ୟାରେ ଲୁହାପଥର, ବାଲି/ଗୋଡ଼ି ବୋଝେଇ ଟ୍ରକ୍‌, ବସ୍‌ ଚଳାଚଳ, ରାସ୍ତାରେ ଜମି ରହୁଥିବା ଧୂଳି ସଫେଇ ହେଉ ନ ଥିବାରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି। ଧୂଳି ସଫେଇ ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବହାର କରାଯାଉ ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହେଉଛି। ଶୀତଦିନ ଏବଂ ଖରାଦିନରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହୁଛି। ବାୟୁ ପ୍ରଦୂଷଣ ଯୋଗୁ ଲୋକେ ଶ୍ୱାସଜନିତ, ଫୁସ୍‌ଫୁସ୍‌ ଓ ଥଣ୍ଡାକାଶ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏଥିପ୍ରତି ପ୍ରଶାସନ ତୁରନ୍ତ ତତ୍ପରତା ଦେଖାଇବାକୁ ନିବେଦନ କରିଛନ୍ତି।କିନ୍ତୁ ଦୀର୍ଘ 5ବର୍ଷ ହେଲା ଜିଲ୍ଲାପାଳଏଠାରେ ରହିଥିବାରୁ ମନୋମୁଖୀ ହୋଇ ଠିକ ଭାବରେ କାର୍ଯ୍ୟ କରୁନାହାନ୍ତି l ତେଣୁ ଜିଲ୍ଲାପାଳଙ୍କୁ ତୁରନ୍ତ ଜିଲ୍ଲାରୁ ବଦଳି କରିବାକୁ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି l
କେନ୍ଦୁଝର ସହରରେ ବାୟୁ ପ୍ରଦୂଷଣ ବିପଦ ସଙ୍କେତ ଉପରେ ରହିଛି। ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୫୦ରୁ କମ୍‌ ରହିବା ସ୍ବାସ୍ଥ୍ୟ ପକ୍ଷେ ଭଲ। ଚଳିତ ମାର୍ଚ୍ଚ ମାସ ୧୮ ତାରିଖ ଅର୍ଥାତ୍‌ ଶନିବାର କେନ୍ଦୁଝର ସହରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୨୪୮ ରହିଛି। ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସମୟରେ ଏହି ସୂଚକ ୧୧୭କୁ ଖସି ଆସିଥିଲା। ନ୍ୟାଶନାଲ ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁଯାୟୀ ଏୟାର କ୍ୱାଲିଟି ଇଣ୍ଡେକ୍ସ ୧୦୦ ରୁ ୨୦୦ ରହିଲେ ଶିଶୁ ଓ ବୃଦ୍ଧମାନଙ୍କର ଫୁସ୍‌ଫୁସ୍‌, ହୃଦ୍‌ରୋଗ ଦେଖାଦେବ। ୨୦୦ ରୁ ୩୦୦ ରହିଲେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବ। ରାସ୍ତାରେ ବହୁ ପରିମାଣର ଧୂଳି ଉଡୁଥିବାରୁ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରେ ପଡୁଛନ୍ତି। କେନ୍ଦୁଝର ସହରରେ ବାୟୁ ମାନ ଜାଣିବା ପାଇଁ ମାଧପୁରସ୍ଥିତ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାୟୁ ମାପକ ଯନ୍ତ୍ର ( ଆମବିଏଣ୍ଟ ଏୟାର କ୍ୱାଲିଟି ମନିଟରିଂ ସିଷ୍ଟମ) ପ୍ରତିଷ୍ଠା କରାଯାଇଛି। ଏହି ମେଶିନ ସହାୟତାରେ ବାୟୁରେ ପ୍ରଦୂଷଣର ହାର ଜଣାପଡୁଛି। ବାୟୁ ପ୍ରଦୂଷଣ ମାପକ ଯନ୍ତ୍ର ସହ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସର୍ଭର ସହ ସିଧାସଳଖ ସଂଯୋଗ ରହିଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ. ପ୍ରଶାନ୍ତ କର କହିଛନ୍ତି, କେନ୍ଦୁଝର ସହର ମଧ୍ୟରେ ରାସ୍ତାରେ ଜମି ରହୁଛି, ଯାହା ଉଡ଼ି ପ୍ରଦୂଷଣ ବଢ଼ାଉଛି। ଧୂଳି ସଫା କରିବା ପାଇଁ ମେକାନିକାଲ ରୋଡ୍‌ ସୁଇପିଂ ଭାକ୍ୟୁମ କ୍ଲିନର ମେଶିନ ଆଣିବା ପାଇଁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିବା ସେ କହିଥିଲେ।

Leave a Reply

Your email address will not be published. Required fields are marked *