ରାଜ୍ୟ

ଗୀତିକାର ତପନ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଶ୍ରୀଶ୍ରୀ ରଙ୍କନାଥ ଦେବ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭାଷା ସାହିତ୍ୟର ପ୍ରଖ୍ୟାତ କବି, ଗାଳ୍ପିକ, ଔପନ୍ୟାସିକ, ଗୀତିକାର ତପନ ପଟ୍ଟନାୟକଙ୍କ ବିୟୋଗରେ ଚିଲିକା ସାହିତ୍ୟ ସମାଜ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି।
ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭାରେ ଗାଳ୍ପିକ ଶିବ ମିଶ୍ର, କବି ପୁରୁଷୋତ୍ତମ ମହାପାତ୍ର, ଓମ୍ ପ୍ରକାଶ ଅଗ୍ରୱ୍ୱାଲ, ଡ଼ଃ କୈଳାସ ମହାରଣା, ଡଃ ଲକ୍ଷ୍ମୀ ଧରସୁବୁଦ୍ଧି, ଲକ୍ଷ୍ମୀ ପ୍ରସାଦ ମିଶ୍ର, ମଦନ ମୋହନ ମହାପାତ୍ର, ଆନନ୍ଦ ଚନ୍ଦ୍ରସେନାପତି, ଦିଗମ୍ବର ବିଶ୍ଵାଳ, ଶିଶିର ଦାସ,ବୈରାଗୀ ବଳ ପ୍ରମୁଖ ଯୋଗ ଦେଇ ଦିବଂଗତ ଆତ୍ମାର ସଦ୍ ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା ସହ ସ୍କୃତି ଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଶ୍ରୀ ଶ୍ରୀ ରଙ୍କନାଥଙ୍କ ଚରଣାରବିନ୍ଦରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ତାଙ୍କପ୍ରିୟ କାଳଜୟୀ ଭଜନ” ମୁଁ ଆସିଛି ଦେଖି ତୋ କଳା ବଦନକୁ “ଆବୃତ୍ତି କରାଯାଇଥିଲା। ଶେଷରେ କବୟତ୍ରୀ ପ୍ରିୟଦର୍ଶିନୀ ମହାରଣା ଧନ୍ୟବାଦାର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *