ରାଜ୍ୟ

ସୁଚିନ୍ତା’ ସେବା ଆମ ସମାଜର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସେବା ସଙ୍ଗଠନ ‘ସୁଚିନ୍ତା’ ସେବା ଆମ ସମାଜର ପ୍ରଥମ ବାର୍ଷିକ ଉତ୍ସବ ମଣିଜଙ୍ଗା ନିକଟ ଇନ୍ଦରପା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସଭାପତି ଶିକ୍ଷାବିତ ବସନ୍ତ ମଞ୍ଜରୀ ଦାସ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଗଗନ ବିହାରୀ ପାଇଟାଳ, ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର କୁମାର ଲେଙ୍କା, ଆଇନଜୀବୀ ମଞ୍ଜୁଲତା ରାଉତ, ପ୍ରେମଳତା ବାରିକ, କବି କୈଳାସ ଚନ୍ଦ୍ର ପ୍ରଧାନ , ମୁଖ୍ୟ ବକ୍ତା ଭାବେ ସମାଜସେବୀ ସୁନାକାର ବେହେରା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପାଲା ଗାୟକ ଜଗନ୍ନାଥ ବେହେରା ଓ ସମାଜସେବୀ ବୈଷ୍ଣବ ଚରଣ ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ମଞ୍ଚ ପରିଚାଳନା ଶେଷ ପ୍ରକାଶ ଓଝା କରିଥିବା ବେଳେ ସୁଚିନ୍ତାର ସମ୍ପାଦକ ଶିବ ପ୍ରସାଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ପରିଶେଷରେ ଗଣମାଧ୍ୟମ ପ୍ରତିନିଧି ସାମ୍ବାଦିକ ଗୌରାଙ୍ଗ ସ୍ବାଇଁ, ଶ୍ରୀକାନ୍ତ ଦାଶଙ୍କ ସମେତ ଜଗତସିଂହପୁର ଜିଲ୍ଲାର ରକ୍ତଦାତା ଏବଂ ସ୍ବେଛାସେବୀ ସଂଗଠନ ଗୁଡିକକୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *