ରାଜ୍ୟ

ଜଳିଗଲା ଅଗମଳା ବୋଝାଇଗାଡି


ନିମାପଡ଼ା :ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତେରୁଣ୍ଡିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଅଗମଳା ବୋଝେଇ ଗାଡ଼ି ପୋଡ଼ି ଯାଇଛି। ଖବର ପାଇ ନିମାପଡ଼ା ଅଗ୍ନିଶମ ବାହିନୀ ର ଅଧିକାରୀ ବ୍ରହ୍ମାନନ୍ଦ ମଲ୍ଲିକ ସଦଳବଳେ ଘଟଣାସ୍ଥଳ ରେ ପହଞ୍ଚି ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡ ରେ ସବୁ ଅଗମଳା ପୋଡ଼ି ପାଉଁଶ ହୋଇ ଯାଇଥିବାବେଳେ ଗାଡ଼ିଟି ର ଅଧିକାଂଶ ଅଂଶ ପୋଡ଼ି କ୍ଷତିଗ୍ରସ୍ତ ହୋଇଯାଇଛି।

Leave a Reply

Your email address will not be published. Required fields are marked *