ରାଜନୀତି

୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର: କମଲ ନାଥ

ଭୋପାଳ,: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ଦଳର ନେତାଙ୍କ ଦ୍ୱାରା ଜନପ୍ରିୟ ପ୍ରତିଶ୍ରୁତି ଦେବାର ପର୍ଯ୍ୟାୟ ଆରମ୍ଭ ହୋଇଛି। ରବିବାର ଜବଲପୁର ଡିଭିଜନର ନରସିଂହପୁର ଜିଲାରେ କଂଗ୍ରେସ ନେତା କମଲ ନାଥ ଲୋକଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇଛନ୍ତି।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ରାଜ୍ୟ ସଭାପତି କମଲ ନାଥ ନରସିଂହପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କହିଛନ୍ତି, ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ ହେଲେ ଆମେ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଦେବୁ ଏବଂ ଏହା ବ୍ୟତୀତ ମହିଳାମାନଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦିଆଯିବ।

Leave a Reply

Your email address will not be published. Required fields are marked *