ଦେଶ- ବିଦେଶ

୪ ହଜାର କର୍ମଚାରୀ ଛଟେଇ କରିବ ଡିଜ୍‌ନୀ

କାଲିଫର୍ନିଆ : ମନୋରଞ୍ଜନ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କମ୍ପାନୀ ଡିଜ୍‌ନୀ ଚାରି ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ କମ୍ପାନୀ ଏହାର ମ୍ୟାନେଜର୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛି। କମ୍ପାନୀ ଏପ୍ରିଲରେ ଏହି ଛଟେଇ କରିବ। କର୍ମଚାରୀଙ୍କୁ ଛୋଟ ଗ୍ରୁପ୍‌ ଆକାରରେ ଛଟେଇ କରାଯିବ କି ଏକାସାଙ୍ଗରେ ଚାରି ହଜାର କର୍ମଚାରୀଙ୍କୁ ଚାକିରିରୁ ହଟାଯିବ ତାହା ହଜିଯିବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡିଜ୍‌ନୀର ବାର୍ଷିକ ବୈଠକ ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଛଟେଇ ଘୋଷଣା କରାଯାଇପାରେ।
ଡିଜ୍‌ନୀ ବଜେଟ କମାଇବା ପାଇଁ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରୁଛି। ଏହାପୂର୍ବରୁ କମ୍ପାନୀର ସିଇଓ ବବ ଆଇଗର ଫେବୃଆରୀରେ ଘୋଷଣା କରିଥିଲେ ଯେ, ଡିଜ୍‌ନୀ ସାତ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଏହା କମ୍ପାନୀକୁ ପ୍ରାୟ ସାତ ବିଲିୟନ ଡଲାର ସଞ୍ଚୟ କରିବ।
ସାମ୍ପ୍ରତିକ ସମୟରେ ଅନେକ କମ୍ପାନୀ ଛଟେଇ ଘୋଷଣା କରିଛନ୍ତି। ଏଥିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର ନାମ ସାମିଲ ଅଛି। ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ମେଟା ଯୋଜନା କରୁଛି। ଏହାପୂର୍ବରୁ ମେଟା ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ଯୋଗାଯୋଗ ଟେକ୍ନୋଲୋଜି କମ୍ପାନୀ ଜୁମ ମଧ୍ୟ ଏହାର ୧୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି। ଏହା ଅଧୀନରେ କମ୍ପାନୀ ୧୫୦୦ କର୍ମଚାରୀଙ୍କୁ ଛଟେଇ କରୁଛି।

Leave a Reply

Your email address will not be published. Required fields are marked *