ଦେଶ- ବିଦେଶ

ମେକ୍ସିକୋରେ ଗୁଳିକାଣ୍ଡ: ୭ ମୃତ

ମେକ୍ସିକୋ ସିଟି,:ମେକ୍ସିକୋର ଏକ ସାମରିକ ୟୁନିଟ୍‌ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବାରୁ ୨ ଜଣ ସୈନ୍ୟ ଓ ୫ ସନ୍ଦିଗ୍ଧ ଅପରାଧୀ ନିହତ ହୋଇଛନ୍ତି। ଗୁଳିମାଡ଼ରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁଏରେରୋ ପ୍ରଦେଶର ପାର୍ବତଞ୍ଚଳରେ ଅପରାଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ସାମରିକ ୟୁନିଟକୁ ଟାର୍ଗେଟ କରାଯାଇଥିଲା। ଦୁଇଟି ଗାଡ଼ିରେ ୧୮ ଜଣ ସଶସ୍ତ୍ର ଅପରାଧୀ ପହଞ୍ଚତ୍ ଗୁଳି ଚଳାଇଥିଲେ। ଆକ୍ରମଣକାରୀ ଲା ଫାମିଲିଆ ମିଚୋଆକାନା ସଦସ୍ୟ ହୋଇପାରନ୍ତି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *