ଦେଶ- ବିଦେଶ

ମୋଦିଙ୍କ ପାଇଁ ରାହୁଲ ଟିଆରପି ସଦୃଶ: ମମତା

କୋଲକାତା, : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇ ରହନ୍ତି ତେବେ ନରେନ୍ଦ୍ର ମୋଦିଙ୍କୁ କେହି ପରାସ୍ତ କରିପାରିବେ ନାହିଁ। ରାହୁଲ ମୋଦିଙ୍କ ପାଇଁ ଟିଆରପି ପରି। ମୁର୍ସିଦାବାଦରେ ଏକ ଭର୍ଚୁଆଲ ମିଟିଂ ସମୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ମମତା ଏହା କହିଛନ୍ତି।
ସାଗରଡି ଉପନିର୍ବାଚନରେ ଟିଏମସିର ପରାଜୟକୁ ନେଇ ମମତା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଉପନିର୍ବାଚନ ସମୟରେ ଅଧୀର ରଞ୍ଜନ ଆରଏସଏସ-ସିପିଏମ ସହ ଯୋଜନା ପ୍ରସ୍ତୁତ କରିଥିଲେ। ସେ କଂଗ୍ରେସର ନୁହେଁ, ଭାଜପାର ଏକ ନମ୍ବର ନେତା। ଭାଜପା ଚାହୁଁଛି ରାହୁଲ ଗାନ୍ଧୀ ବିରୋଧୀଦଳର ମୁଖ୍ୟ ହୋଇ ରୁହନ୍ତୁ । ଏହାଦ୍ୱାରା ସେମାନଙ୍କ ଫାଇଦା ହେବ। ଆମେ ଚାହୁଁ ସଂସଦର ପ୍ରକ୍ରିୟା ସୁରୁଖୁରୁରେ ଚାଲୁ। ଆମେ ଆଦାନୀ ପ୍ରସଙ୍ଗରେ ଆଲୋଚନା ଚାହୁଁ।
ବିଗତ ଦିନରେ ରାହୁଲ ଗାନ୍ଧୀଙ୍କୁ ଟିଏମସି ଅନେକ ଥର ଟାର୍ଗେଟ୍‌ କରିଛି। ଟିଏମସି କଂଗ୍ରେସକୁ ବିରୋଧୀ ଦଳ ଦେଖୁନାହିଁ। କିଛି ଦିନ ପୂର୍ବରୁ ମମତା ବାନାର୍ଜୀ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ। ଏହି ସାକ୍ଷାତ ପରେ କୁହାଯାଉଛି ଯେ, ଏକ ନୂଆ ଫ୍ରଣ୍ଟ ଗଠନ ପାଇଁ ଦୁଇ ନେତାଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଛି।

Leave a Reply

Your email address will not be published. Required fields are marked *