ମନୋରଞ୍ଜନ

ଓଟିଟିରୁ ରିଜେକ୍ଟ ହେଲେ ଶିବାଙ୍ଗି

ମୁମ୍ବାଇ: ‘ୟେ ରିସ୍ତା କ୍ୟା କେହେଲାତା’ ଫେମ ଆକ୍ଟ୍ରେସ ଶିବାଙ୍ଗି ଯୋଶୀ ବେଶ ପରିଚିତ ଅଭିନେତ୍ରୀ । ଅଭିନେତ୍ରୀ ଶୋ’ରେ ନାୟରା ଭୂମିକାରେ ନଜର ଆସିଛନ୍ତି । ଏହି ଚରିତ୍ର ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁ ପାରିଛି । ଏବେ ଶିବାଙ୍ଗି ବିଗ ବସ ଫେମ ଶାଲିନ ଭନୋଟଙ୍କ ସହ ଶୋ’ ‘ବେକାବୁ’ରେ ନଜର ଆସିବେ । ଅଭିନେତ୍ରୀଙ୍କ ଏହି ଶୋ’କୁ ଖୁବ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ପ୍ରଶଂସକ । ଗୋଟିଏ ପଟେ ଶିବାଙ୍ଗି ଟେଲିଭିଜନରେ ନୂଆ ଶୋ’ ଆରମ୍ଭ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ଲାଖ କୋଶିଶ ପରେ ବି ଏକ ୱେବ ଶୋରେ ତାଙ୍କୁ କାମ ମିଳିନାହିଁ । ଏକଥା ଆମେ ନୁହେଁ ନିଜେ ଅଭିନେତ୍ରୀ କହିଛନ୍ତି ।ଓଟିଟି ଶୋର ରିଜେକଶନକୁ ନେଇ ଅଭିନେତ୍ରୀ ଏବେ ତାଙ୍କର ଏକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏମିତି କେତେ ଲୋକ ଅଛନ୍ତି ଯେଉଁମାନେ ଟିଭିରୁ ଯାଇ ଓଟିଟିରେ ଭଲ କାମ କରିଛନ୍ତି, ସେମାନଙ୍କୁ ଦେଖିଲେ ମୁଁ ପ୍ରାଉଡ ଫିଲ କରେ । ହେଲେ ଏମିତି ବି କେତେଜଣ ଅଛନ୍ତି ଯେଉଁମାନେ ଟେଲିଭିଜନ କଳାକାରଙ୍କୁ ଓଟିଟିରେ ଅବା ୱେବ ଶୋ’ରେ କାଷ୍ଟ କରିବାକୁ ଚାହାନ୍ତି ନାହିଁ । କାରଣ ସେମାନେ ଭାବନ୍ତି ଟେଲିଭିଜନ ଆକ୍ଟେସ କାଫି ଏକ୍ସପୋଜ ହୋଇସାରିଛନ୍ତି । ଏମାନେ ଶିବାଙ୍ଗିଙ୍କୁ କାଷ୍ଟ ଏଇଥିପାଇଁ କରନ୍ତି ନାହିଁ କାରଣ ସେ ଟିଭିର ବହୁତ ବଡ ଚେହେରା ହୋଇ ସାରିଛନ୍ତି ।
ଏସବୁ ପରେ ବି ଓଟିଟିରୁ ତାଙ୍କୁ ରିଜେକ୍ଟ କରାଯାଇଥିବାରୁ ସେ ଖୁବ ମନଉଣା କରିଛନ୍ତି । କାରଣ ସେ ବାସ୍ତବରେ ଏହି ଚରତ୍ରରେ ଅଭିନୟ କରିବାକୁ ବେଶ ଆଶାବାଦୀ ଥିଲେ ।

Leave a Reply

Your email address will not be published. Required fields are marked *