ରାଜନୀତି

କହିବାକୁ ବାଚସ୍ପତିଙ୍କୁ ଚିଠି ଲେଖି ଅନୁମତି ମାଗିଲେ ରାହୁଲ

ନୂଆଦିଲ୍ଲୀ,: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ରାଜନୀତି ସରଗରମ ରହିଛି। ବିଦେଶୀ ମାଟିରେ ଦେଶକୁ ଅପମାନିତ କରିଥିବା ଭାଜପା ଅଭିଯୋଗ କରିବା ସହ ରାହୁଲ ଗାନ୍ଧୀ କ୍ଷମା ମାଗିବାକୁ ଦାବି କରିଛି। ଏପରିକି ରାହୁଲଙ୍କୁ ଲୋକ ସଭାରେ କିଛି କହିବାକୁ ଅନୁମତି ନ ମିଳୁ ବୋଲି ଭାଜପା ଜିଦ୍‌ ଧରିଥିଲା। ଏହି ସମୟରେ ରାହୁଲ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କୁ ଏକ ଚିଠି ଲେଖି ଗୃହରେ କହିବାକୁ ଅନୁମତି ମାଗିଥିଲେ।

କଂଗ୍ରେସ ସୂତ୍ର ଅନୁଯାୟୀ ରାହୁଲ ଗାନ୍ଧୀ ୩୫୭ ନିୟମ ଅନୁଯାୟୀ ମାର୍ଚ୍ଚ ୧୮ ଲୋକ ସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିଥିଲେ। ଏହାପୂର୍ବରୁ ଗୁରୁବାର ରାହୁଲ ଲୋକ ସଭା ବାଚସ୍ପତିଙ୍କୁ ଭେଟି ଗୃହରେ କହିବା ପାଇଁ ଅନୁରୋଧ କରିଥିଲେ। ରାହୁଲ କହିଥିଲେ, ସରକାରଙ୍କ ମନ୍ତ୍ରୀମାନେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ଏଭଳି ପରିସ୍ଥିତିରେ ତାଙ୍କର କହିବାର ଅଧିକାର ଅଛି।

ସୂଚନାଯୋଗ୍ୟ, ରାହୁଲଙ୍କ ଲଣ୍ଡନ ବିବୃତ୍ତିକୁ ନେଇ ସଂସଦରେ ଉତ୍ତେଜନା ଦେଖାଦେଇଛି। ଉଭୟ ଗୃହରେ ଭାରତୀୟ ଜନତା ଦଳର ଏମ୍‌ପିମାନେ ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଜିଦ୍‌ ଧରିଥିବା ବେଳେ ଏପଟେ ବିରୋଧୀ ଆଦାନୀ ପ୍ରସଙ୍ଗରେ ହଟ୍ଟଗୋଳ କରୁଛନ୍ତି। ଏହି କ୍ରମାଗତ ଉତ୍ତେଜନା ହେତୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଗୋଟିଏ ଦିନ ବି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରୁନାହିଁ।

Leave a Reply

Your email address will not be published. Required fields are marked *