ଦେଶ- ବିଦେଶ

ବ୍ୟାଙ୍କକ-ମୁମ୍ବାଇ ବିମାନରେ ଯାତ୍ରୀ ମୃତ

ନୂଆଦିଲ୍ଲୀ : ପୁଣି ବିମାନରେ ଅଘଟଣ। ବ୍ୟାଙ୍କକରୁ ମୁମ୍ବାଇକୁ ଆସୁଥିବା ଇଣ୍ଡିଗୋ ବିମାନରେ ହଠାତ୍‌ ଜଣେ ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ମେଡିକାଲ ଏମରଜେନ୍ସିଂରେ ବିମାନକୁ ମ୍ୟାନ୍‌ମାରକୁ ଡାଇଭର୍ଟ କରାଯାଇଥିଲା। ସୂଚନାଯୋଗ୍ୟ, ଇଣ୍ଡିଗୋ ବିମାନ ୬ଇ-୫୭ ଅପରାହ୍ନ ୪ଟାରେ ବ୍ୟାଙ୍କକରୁ ଉଡାଣ ଭରିଥିଲା। ତେବେ ବିମାନ ଉଡିବାର ପ୍ରାୟ ଏକ ଘଣ୍ଟା ପରେ ମଝି ଆକାଶରେ ଯାତ୍ରୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଫଳରେ ବିମାନକୁ ମ୍ୟାନ୍‌ମାରକୁ ଡାଇଭର୍ଟ କରାଯାଇଥିଲା। ପ୍ରାୟ ପାଞ୍ଚ ଘଣ୍ଟା ପରେ ବିମାନଟି ୟାଙ୍ଗନକୁ ଉଡାଣ ଭରିଥିଲା। ଏହାପୂର୍ବରୁ ଦିଲ୍ଲୀ-ଦୋହା ବିମାନରେ ମଧ୍ୟ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *