ଅପରାଧ

ପଲିଥିନ୍ ବ୍ୟାଗରୁ ମିଳିଲା ଅଜଣା ମହିଳାଙ୍କ ଖପୁରୀ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଘଟିଛି ଏକ ସାଙ୍ଘାତିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ। ଉଦ୍ଧାର ହୋଇଛି ଜଣେ ଅଜଣା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ଦୂର୍ଗନ୍ଧ ହେବାରୁ ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ।

ସୁଚନା ଅନୁସାରେ ସରାୟ କାଲେ ଖାଁ ଅଞ୍ଚଳ ନିକଟରେ ସନ୍ଦେହଜନକ ଅବସ୍ଥାରେ ଏକ ପଲିଥିନ୍ ବ୍ୟାଗ ପଡ଼ିଥିବା ଦେଖି ସନଲାଇଟ୍ କଲୋନି ଥାନା ପୁଲିସକୁ ସ୍ଥାନୀୟଲୋକ ଖବର କରିଥିଲେ। ଘବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏକ ପଲିଥିନ୍ ବ୍ୟାଗ ଜବତ କରିଛି। ଯେଉଁଥିରେ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଦେଖିବାକୁ ମିଳିଛି। ଏକ ଧଳା ରଙ୍ଗର ପଲିଥିନ ବ୍ୟାଗରୁ ମୃତ ମହିଳାଙ୍କ ଖପୁରୀ, ଅଣ୍ଟା ତଳର ଅଂଶ, କଟା ହାତ ଏବଂ ଏକ କଟା ପାପୁଲି ଉଦ୍ଧାର ହୋଇଛି। ବ୍ୟାଗରୁ ଏସବୁ ମିଳିବା ଦେଖି ଖବରଟି ନିଆଁ ପରି ସ୍ଥାନୀୟ ଅଞ୍ଚଳରେ ବ୍ୟାପି ଯାଇଛି।

ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିପାରି ନଥିବା ବେଳେ, ପୁଲିସ ଏହା ଉପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ସେପଟେ ଘଟଣାସ୍ଥଳରେ ଫରେନସିକ୍ ଟିମ ମଧ୍ୟ ପହଞ୍ଚି ତଦନ୍ତ କରିବା ସହ ଅଧିକ ତଥ୍ୟ ଯୋଗାଡ଼ କରୁଛି। ଏହି ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ଖୋଲିବାକୁ ସ୍ଥାନୀୟ ପୁଲିସ ସହ କ୍ରାଇମ୍ ବ୍ରାଞ୍ଚ ବି ଲାଗି ପଡ଼ିଛି।

Leave a Reply

Your email address will not be published. Required fields are marked *