ମୁଖ୍ୟ ଖବର

ଗୋପାଳକୁ ପାଗଳ ସଜେଇବା ପାଇଁ ସରକାର ପାଗଳ: ନରସିଂହ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ଗୋପାଳ ଦାସଙ୍କୁ ନେଇ ଆଜି ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର | ସେ କହିଛନ୍ତି ଯେ ଗୋପାଳ ଗତ ଦଶ ବର୍ଷ ମଧ୍ୟରେ କେତେ ଦିନ ଛୁଟି ନେଇଥିଲା ଏବଂ କାହିଁକି ନେଇଥିଲା ତାହାର ଉତ୍ତର ମୁଁ ଜାଣିବାକୁ ଚାହିଁଥିଲି । ଉତ୍ତରରେ ସରକାର କହିଛନ୍ତି ଯେ ମାନସିକ ଚିକିତ୍ସା ହେଉ କି କେଉଁ ବି ଚିକିତ୍ସା ପାଇଁ ଗୋପାଳ କୌଣସି ଦରଖାସ୍ତ ଦେଇନଥିଲା । ବହୁ ସମୟରେ ଛୁଟି ମାଗିଛି । ଅଧାରୁ ଅଧିକ ସମୟ ସ୍ତ୍ରୀର ଦେହ ଖରାପ ଦର୍ଶାଇ ଛୁଟି ମାଗିଛି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଗୋପାଳ ପାଗଳ ନଥିଲା କିମ୍ବା ପାଗଳ ନାହିଁ । ଯେତେବେଳେ ତାର ପରିବାର ଲୋକେ ଗଣମାଧ୍ୟମରେ କହିଲେ ସେ ପାଗଳ ସେହି ସମୟରେ ଗୋଟେ ଏକ୍ସପର୍ଟ ଟିମ ଏସସିବି ମେଡ଼ିକାଲର ତାକୁ ପରୀକ୍ଷାନିରୀକ୍ଷା କଲେ ଆଉ ତାର ମାନସିକ ଅବସ୍ଥା ଠିକ ଅଛି ବୋଲି କହିଲେ ।ଅର୍ଥାତ ସରକାର ଡବଲ କନଫର୍ମ ହୋଇଗଲେ ଯେ ଗୋପାଳ ପାଗଳ ନୁହେଁ । କିନ୍ତୁ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆମେରିକାର ଏଜେନ୍ସି ତାକୁ ପରୀକ୍ଷା କରିବ ସେ ପାଗଳ କି ନୁହେଁ । ତା’ମାନେ ଗୋପାଳକୁ ପାଗଳ ବୋଲି ପ୍ରମାଣିତ କରିବା ରାଜ୍ୟ ସରକାର ପାଗଳ ହୋଇ ଯାଇଛନ୍ତି । ଏହାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ଯେ ଆଇନ ଅନୁଯାୟୀ ଯେହେତୁ ଜଣେ ପାଗଳକୁ ଦଣ୍ଡିତ କରାଯାଇ ପାରିବ ନାହିଁ ତାକୁ ଖଲାସ କରିବାକୁ ଚାହୁଁଛନ୍ତି । ସେଥିରୁ ସନ୍ଦେହ ଘନୀଭୂତ ହେଉଛି କିଛି ଷଡ଼ଯନ୍ତ୍ର ଥିଲା ଆଉ ସେ ଷଡ଼ଯନ୍ତ୍ରରେ ହୁଏତ ସରକାର ନିଜେ ଜଡିତ ଥିଲେ । ସରକାରୀ ଦଳର ସଦସ୍ୟମାନେ ଜଡିତ ଥିଲେ । ତେଣୁ ତାହାକୁ ସ୍ପଷ୍ଟ କରିବା ଏକାନ୍ତ ଆବଶ୍ୟକ ।

Leave a Reply

Your email address will not be published. Required fields are marked *