ମୁଖ୍ୟ ଖବର

ଦୁର୍ଘଟଣାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ

ଝରିଗାଁ: ଦୁର୍ଘଟଣାରେ ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ | ଆଉ ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାର ଜଣାପଡିଛି | ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡାବେଢା ଗ୍ରାମ ଛକଠାରେ ଏହି ଘଟଣା ଘଟିଛି |

ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ମୋତିଗାଁର ବୁଦୁ ଭତରା, ରତୁଲା ଭତରା, ଚୈତନ୍ୟ ଭତରା, ଚୈତନ୍ୟ ଭତରାଙ୍କ ୪ ବର୍ଷର ପୁଅ ଯାତ୍ରା ଦେଖିବାକୁ ଢ଼ୋଡ୍ରା ଆସିଥିଲେ | ଯାତ୍ରା ଦେଖି ଫେରିବା ସମୟରେ ନବରଙ୍ଗପୁର ପଟରୁ ଏକ ସୁଜି ବୋଝେଇ ପିକଅପ ଗାଡି ନଂ ଓଡି ୨୪ଏ୦୩୦୨ ସହ ମୁହାଁମୁହିଁ ଧକ୍କା ହେବାରୁ ବାଇକରେ ଥିବା ତିନି ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା | ସେହିପରି ତିନିଜଣଙ୍କ ସହ ଜଣେ ଶିଶୁ ମଧ୍ୟ ଥିବାବେଳେ ସେ ଏବେ ଗୁରୁତର ଅବସ୍ଥାରେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ଗୋଟିଏ ବାଇକରେ ତିନିଜଣ ଯାଉଥିବାବେଳେ କେହି ବି ହେଲମେଟ ପିନ୍ଧିନଥିଲେ |

One thought on “ଦୁର୍ଘଟଣାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ

  • Bima Chronicle

    Condoling Such tragic crash ।Helmet ପିନ୍ଧିଥିଲେ ମଧ୍ୟ ,head on ,dwara ବଞ୍ଚିବା ଅସମ୍ଭବ । ଶଙ୍ଖ ଧ୍ଵନୀ ରାସ୍ତା ସୁରକ୍ଷା ସମିତି ପକ୍ଷରୁ ଦୁଃଖ ପ୍ରକାଶ କରୁଛି ।

    Reply

Leave a Reply

Your email address will not be published. Required fields are marked *