ଧର୍ମ

୨୪ରୁ ତ୍ରୟୋଦଶ ମା ମଙ୍ଗଳା ମହୋତ୍ସବ


ନିମାପଡ଼ା: ପୁରୀ ଜିଲ୍ଲା ର କାକଟପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆସନ୍ତା ୨୪ ରୁ ୩ ଦିନିଆ ମା ମଙ୍ଗଳା ମହୋତ୍ସବ ପାଳନ କରିବା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମା ମଙ୍ଗଳା
ମହୋତ୍ସବ କମିଟି ପକ୍ଷରୁ ଆୟୋଜିତ
ହେବାକୁ ଥିବା ଉକ୍ତ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଗଞ୍ଜାମ ର ଯୋଡ଼ି ଶଙ୍ଖ ବାଦନ, ଓଡ଼ିଶୀ ନୃତ୍ୟ,
ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ର ନୃତ୍ୟ, ଘୋଡ଼ା ନାଚ, ସମ୍ବଲପୁରୀ ନୃତ୍ୟ ସହିତ ଓଡ଼ିଶା ର ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଗୀତ, ସଙ୍ଗୀତ ପରିବେଷଣ କରାଯିବାକୁ ସ୍ଥିର ହୋଇଛି। ଏହି ତିନିଦିନିଆ ଉତ୍ସବ ରେ ଏକାଧିକ ମନ୍ତ୍ରୀ ,ବିଧାୟକ, ସାଂସଦ, ବିଧାୟକ,
ବୁଦ୍ଧିଜିବୀ ମାନେ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *