ମହାନଗର

ଶ୍ରୀମତୀ କଳିଙ୍ଗ ପ୍ରତିଭା ସମାରୋହ ସମ୍ମାନ ଅନୁଷ୍ଠିତ

ଭୁବନେଶ୍ୱର : ଆଜାଦିକା ଅମୃତ ମହୋତ୍ସବ ଅବସରରେ ବୀଣାପାଣି ନାଟ୍ୟ ସଂସ୍ଥା ପକ୍ଷରୁ “ଶ୍ରୀମତୀ କଳିଙ୍ଗ ପ୍ରତିଭା ସମାରୋହ -2023″ସ୍ଥାନୀୟ ଜୟଦେବ ଭବନ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଦୁଇ ଶହ ଶ୍ରୀମତୀ କଳିଙ୍ଗ ଭାଗ ନେଇ ସେମାନେ ନିଜର କଳା ପ୍ରଦର୍ଶନ କରିଥିଲେ l ପ୍ରାରମ୍ଭରେ ଶିଶୁକଳାକାର ଓଡିଶୀ, ସମ୍ୱଲପୁରୀ, ଆଧୁନିକ ନୃତ୍ୟ ପରିବେଶ କରି ଦର୍ଶକ ମାନଙ୍କ ଭରପୁର ମନୋରଞ୍ଜନ କରିଥିଲେ l ପରେ ପରେ ଶ୍ରୀମତୀ ମାନେ ଫେସନ ଶୋ ରେ ନିଜର ପରାକାଷ୍ଠା ଦେଖାଇ ଥିଲେ l ରଙ୍ଗିଲା ଡ୍ୟାନ୍ସ ଇଣ୍ଟେରନେସନାଲ ର କାର୍ଯ୍ୟନିର୍ବାହୀ ଦିଲୀପ ସ୍ୱାଇଁ ସଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ଶ୍ରୀମତୀ କଳିଙ୍ଗ ସମାରୋହରେ ମୁମ୍ବାଇ ଓଡ଼ିଆ ସଙ୍ଘ ର ସଭାପତି ଡ଼. ବିପିନ ବିହାରୀ ମିଶ୍ର, ଉଚ୍ଚତମ ନ୍ୟାୟାଳୟ ର ଆଇନଜିବୀ ନିର୍ଭୟ ସାମନ୍ତରାୟ, ରଙ୍ଗମ ଅନୁଷ୍ଠାନ ର ମୁଖ୍ୟ ବିପିନ ନାୟକ, ଶିଳ୍ପପତି ବନସ୍ମିତା ପତି, ଦୈନିକ ଖବର କାଗଜ ସମାଜ ଆଇନା ଓ ସ୍ପୀଡ଼ ନିୟୁଜ ର ସମ୍ପାଦକ ବରିଷ୍ଟ ସାମ୍ୱାଦିକ ମନୋଜ ସେଟ,, ହେମରାଜ ବିଜ୍ଞାପନ ସଂସ୍ଥା ର ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ ଅତିଥି ଭାବରେ ଯୋଗଦେଇ ନାରୀ ମାନଙ୍କ ପ୍ରଗତି ହେଲେ ଦେଶ ର ପ୍ରଗତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ବୀଣାପାଣି ନାଟ୍ୟ ସଂସ୍ଥା ର ସମ୍ପାଦକ ବିଚିତ୍ର ମଲିଆ ପ୍ରାରମ୍ଭିକ ଭାଷଣ ରେ କନ୍ୟା ସୁରକ୍ଷା ଦିଗରେ ସଂସ୍ଥା କାର୍ଯ୍ୟ କରିଆସୁଛି ଓ ଆଗକୁ “କାଞ୍ଚି ଅଭିଯାନ “ବିଶ୍ଵବିଖ୍ୟାତ ନାଟକ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ,

Leave a Reply

Your email address will not be published. Required fields are marked *