ମନୋରଞ୍ଜନ

ଆହତ ହେବା ପରେ ବଢ଼ୁଛି ବିଗ୍ ବିଙ୍କ ଯନ୍ତ୍ରଣା

ମୁମ୍ବାଇ:  ହାଇଦ୍ରାବାଦରେ ଫିଲ୍ମ ‘ପ୍ରୋଜେକ୍ଟ କେ’ର ସୁଟିଂ କରୁଥିବାବେଳେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ଆହତ ହୋଇଥିଲେ। ଅମିତାଭ ବଚ୍ଚନ ନିଜ ବ୍ଲଗ୍ ଜରିଆରେ ଏହି ସୂଚନା ଦେଇଥିଲେ। ତେବେ ଆହତ ହେବା ପରେ ଏପର୍ଯ୍ୟନ୍ତ ତାଙ୍କ ସମସ୍ୟାର ସମାଧାନ ହୋଇନଥିବା କହିଛନ୍ତି ବିଗ୍ ବି। ଯନ୍ତ୍ରଣା ବଢ଼ିବା ସହ ତାଙ୍କ ଶରୀରରେ ଅନ୍ୟ ସମସ୍ୟା ମଧ୍ୟ ଆରମ୍ଭ ହୋଇଥିବା ବିଗ୍ ବି କହିଛନ୍ତି।

ନିଜ ବ୍ଲଗ ଜରିଆରେ ଅଭିନେତା ଏଭଳି ଲେଖିବା ସହ ଯନ୍ତ୍ରଣା ବଢ଼ିବାରୁ ରବିବାର ଡାକ୍ତରଙ୍କୁ ଡାକିବାକୁ ପଡ଼ିଥିବା କହିଛନ୍ତି। ଏହା ସହ ସେ ଖୁବ ଶୀଘ୍ର କାମକୁ ଫେରିବାକୁ ଚାହୁଁଛନ୍ତି ବୋଲି ଜଣାଇଛନ୍ତି। ସେ ଲେଖିଛନ୍ତି, ଆହତ ହେବା ପରେ ପଞ୍ଜରା ହାଡରେ ଯନ୍ତ୍ରଣା ହେଉଥିବା ବେଳେ ଏବେ ପାଦ ଆଙ୍ଗୁଠିରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଛି। ଏବେ ମୋ ଧ୍ୟାନ ପାଦ ଆଙ୍ଗୁଠିର ଯନ୍ତ୍ରଣା ଉପରେ ଅଛି। ଯେଉଁ ହାତ ଏତେ ବର୍ଷ ହେଲାଣି ଅନେକ କଥା ଲେଖିଛି, ଏବେ ସେ ହାତ ଆଉ ଲେଖିପାରୁନାହିଁ। ଗରମ ପାଣି ବା ଥଣ୍ଡା ପାଣିରେ ରଖିଲେ ବି ଯନ୍ତ୍ରଣା କମ ହେଉ ନାହିଁ। ପାଦ ତଳ ଯନ୍ତ୍ରଣା ଏତେ ବଢ଼ିଛି ଯେ ରବିବାର ଡାକ୍ତରଙ୍କୁ ଡାକିବାକୁ ପଡ଼ିଥିଲା। ବହୁତ ଯନ୍ତ୍ରଣା ‌ହେଉଛି ବୋଲି ଲେଖିଛନ୍ତି ବିଗ୍। ତାଙ୍କର ଏଭଳି ବ୍ଲଗ୍ ଏବେ ପ୍ରଶଂସକଙ୍କ ଚିନ୍ତା ବଢ଼ାଇଛି।

ଉଲ୍ଲେଖଯୋଗ୍ୟ, ‘ପ୍ରୋଜେକ୍ଟ କେ’ରେ ଥିବା ଆକ୍ସନ୍ ସିକ୍ୟୁଏନ୍ସର ସୁଟିଂ କରୁଥିବାବେଳେ ତାଙ୍କ ଛାତି ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ପ୍ରଥମେ ହାଇଦ୍ରାବାଦରେ ତାଙ୍କର ପ୍ରାଥମିକ ଚିକିତ୍ସା ହେବା ପରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା।

Leave a Reply

Your email address will not be published. Required fields are marked *