ରାଜନୀତି

ବଜେଟ୍‌ ୨୦୨୩-୨୪କୁ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଗୃହ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଦିଲ୍ଲୀର ବଜେଟ୍ ୨୦୨୩-୨୪ କୁ ଅନୁମୋଦନ ମିଳିଛି ଏବଂ ଏହି ଅନୁମୋଦନ ଦିଲ୍ଲୀ ସରକାରଙ୍କୁ ପଠାଯାଇଛି।

ଗୃହ ମନ୍ତ୍ରଣାଳୟ ଆମ୍‌ ଆଦମୀ ପାର୍ଟି(ଆପ୍‌) ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିବାର ଗୋଟିଏ ଦିନ ପରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟକୁ ଏକ ଚିଠି ଲେଖିଥିଲେ। ଭିତ୍ତିଭୂମି ଉପରେ ବିଜ୍ଞାପନ ପାଇଁ ବ୍ୟୟ କାହିଁକି ଅଧିକ ବୋଲି ଦିଲ୍ଲୀ ସରକାରଙ୍କଠାରୁ କେନ୍ଦ୍ର ସ୍ପଷ୍ଟୀକରଣ ମାଗିବା ପରେ ଏକ ଚିଠି ଜରିଆରେ ଜବାବ ଦେଇଥିଲେ କେଜ୍ରିୱ‌lଲ୍‌।

କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଳୀ ବିଧାନସଭାରେ ଉପସ୍ଥାପିତ ହେବାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ବଜେଟ୍ ଅଟକାଇଥିବା ଆପ୍‌ ମୁଖ୍ୟ କେଜ୍ରିୱାଲ୍‌  ଅଭିଯୋଗ ଆଣିଥିଲେ। ଏବେ ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ଜାରି ହୋଇଥିବା ବିବୃତ୍ତିରେ ବଜେଟ୍‌କୁ ଅନୁମୋଦନ ମିଳିଥିବା ସଂପର୍କରେ ଦିଲ୍ଳୀ ସରକାରଙ୍କୁ ସୂଚାଇ ଦିଆଯାଇଛି।

ଏହା ପୂର୍ବରୁ ଦିଲ୍ଲୀ ଅର୍ଥମନ୍ତ୍ରୀ କୈଳାସ ଗେହଲଟ୍ ସୂଚନା ଦେଇଥିଲେ ଯେ ବଜେଟ୍ ଫାଇଲ୍ ଅନୁମୋଦନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଛି। ଦିଲ୍ଲୀ ସରକାର ସମସ୍ତ ସ୍ପଷ୍ଟୀକରଣ ନଦେବା ପର୍ଯ୍ୟନ୍ତ, ବଜେଟ୍ ପାଇଁ ଅନୁମୋଦନ ବିଚାରାଧୀନ ରହିବ ବୋଲି ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପୂର୍ବରୁ ପ୍ରକାଶ ପାଇଥିଲା।

ଆଦମୀ ପାର୍ଟି(ଆପ୍‌) ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ମାତ୍ରାରେ ବର୍ଷିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି  ‘ଦେଶର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ବଜେଟ୍ ବନ୍ଦ ହୋଇଯାଇଛି’ ବୋଲି ଉଲ୍ଲେଖ କରିବା ସହ ସରକାରଙ୍କୁ “ଗୁଣ୍ଡାଗର୍ଦ୍ଦି” ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *