ମୁଖ୍ୟ ଖବର

୪ ଜଣଙ୍କୁ ବିବାହ କରିଛନ୍ତି କନିଷ୍ଠ ଯନ୍ତ୍ରୀ

ରାୟଗଡା: ବନ୍ଧା ହେଲେ କୋଠା ବାଡ଼ି ଓ ରାସ୍ତା ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିସାନ। ତାଙ୍କର ଦ୍ୱିତୀୟ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ଆଜି ରାୟଗଡା ପୁଲିସ ଗିରଫ କରିଛି। ସେ ହିନ୍ଦୁ ଧର୍ମ ଅନୁଯାଇ ଗୋଟିଏ ପତ୍ନୀକୁ ବାହା ହୋଇଥିବା ବେଳେ ପୁଣି ଚାରି ଚାରି ଜଣଙ୍କୁ ବିବାହ କରିଥିବା ନେଇ ଥାନାରେ ଆଣିଛନ୍ତି ଅଭିଯୋଗ। ଏହି ଅଭିଯୋଗ ଆଧାରରେ ଆଜି ତାଙ୍କୁ ଗିରଫ କରାଯାଇଛି। ଦ୍ଵିତୀୟ ପତ୍ନୀ ସୁନିତା କିସାନ ଆଜି ନିଜ ବାପା ମା’ଙ୍କ ସହିତ ରାୟଗଡା ଥାନାକୁ ଆସି ଏକ ମାମଲା ରୁଜ କରିଛନ୍ତି। ତାଙ୍କ ସ୍ୱାମୀ ଗୋପୀନାଥ କିସାନ ଯିଏକି ରାୟଗଡା କୋଠା ବାଡ଼ି ରାସ୍ତା ନିର୍ମାଣ ବିଭାଗରେ କନିଷ୍ଠ ଯନ୍ତ୍ରୀ ରୂପେ କାର୍ଯ୍ୟରତ, ସେ ତାଙ୍କୁ ବିବାହ କରିବା ସହିତ ଅନ୍ୟ ଚାରି ଜଣଙ୍କୁ ବିବାହ କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଏହା ବ୍ୟତୀତ ସେ ତାଙ୍କୁ ଶାରୀରିକ ନିର୍ଯାତନା ସହିତ ଅଶ୍ଳୀଳ ଗାଳିଗୁଲଜ କରିବା, ଅଧିକ ଯୌତୁକ ଦାବି ଓ ଜୀବନରୁ ମାରିଦେବେ ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଛତିଶଗଡ଼ର ରାୟଗଡ ଜିଲ୍ଲା ଘଟିକି ପାଲି ଗାଁର ସୁନିତା କିସାନ।ସମ୍ବଲପୁର ଜିଲ୍ଲା ଘୁମୁସର ଗାଁର ଗୋପୀନାଥ କିସାନଙ୍କ ସହିତ ମେଟ୍ରୋମାନି ଜରିଆରେ ସମ୍ପର୍କ ଯୋଡିଥିଲେ। ଉଭୟ ପରିବାରଙ୍କର ନିଷ୍ପତ୍ତି ଅନୁସାରେ ଗତ ୨୦୨୨ ଫେବ୍ରୁଆରି ୯ ତାରିଖରେ ଝାରସୁଗୁଡାସ୍ଥିତ ଝାଡେସ୍ୱର ମନ୍ଦିରରେ ଉଭୟଙ୍କର ବିବାହ ହୋଇଥିଲା। କିନ୍ତୁ ଉଭୟଙ୍କ ବୈବାହିକ ଜୀବନରେ ମାତ୍ର ପାଞ୍ଚ ମାସ ପରେ ତିକ୍ତତା ଦେଖା ଦେଇଥିଲା। ଏଣୁ ଯୌତୁକ ନିର୍ଯାତନା ଅଭିଯୋଗ କରି ସୁନିତା କିସାନ ଗତ ୨୦୨୨ ଜୁନ ୨୮ ତାରିଖରେ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଉଭୟଙ୍କୁ ବୁଝା ସୁଝା କରି ଦିଆଯାଇଥିଲା। ତଥାପି ଉଭୟଙ୍କ ମଧରେ ତିକ୍ତତା ବୃଦ୍ଧି ପାଇଥିଲା। କାରଣ ପତ୍ନୀ ସୁନିତା ସ୍ୱମୀଙ୍କ ପ୍ରକୃତ ଚେହେରା ଜାଣି ପାରିଥିଲେ। ପରେ ସେ ତାଙ୍କର ଚତୁର୍ଥ ସ୍ତ୍ରୀ ବୋଲି ଜାଣିପାରି ସପରିବା ସହ ଗତକାଲି ଥାନାରେ ଏତଲା ଦେଇଥିଲେ। ସ୍ତ୍ରୀଙ୍କ ରାୟଗଡା ଥାନାରେ ଏତେଲା ପରେ ପୁଲିସ ତଦନ୍ତ କରି ଏକ ମାମଲା ରୁଜୁ କରି ଆଜି କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିସାନଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ରାୟଗଡା ଆଇଆଇସି କମଲକାନ୍ତ କଂଅରଙ୍କୁ ପଚାରିବାରୁ ଶ୍ରୀ କିସାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା କହିଥିଲେ

Leave a Reply

Your email address will not be published. Required fields are marked *