ମୁଖ୍ୟ ଖବର

ଦିଲ୍ଲୀ ସମେତ ଉତ୍ତର-ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୭

ନୂଆଦିଲ୍ଲୀ:  ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ବ୍ୟତୀତ ହିମାଚଳ, ରାଜସ୍ଥାନର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଭାରତ ବ୍ୟତୀତ ପାକିସ୍ତାନ ଓ ଆଫଗାନିସ୍ତାନ, ତାଜିକିସ୍ତାନ ଓ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ବୋଲି କୁହାଯାଉଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୭ ରହିଛି ।  ଏଥିରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *