ଦେଶ- ବିଦେଶ

ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନିଙ୍କ ପରଲୋକ

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନି ମଙ୍ଗଳବାର ମୁମ୍ବାଇରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ମଣି ଭବନର କାର୍ଯ୍ୟନିର୍ବାହୀ ସଚିବ ମେଘଶାମ ଅଜଗାଓଁକର କହିଛନ୍ତି ଗୋକନି ଗତ ପାଞ୍ଚ ବର୍ଷ ଧରି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ।

ଗୋକନି ମୁମ୍ବାଇର ଗାନ୍ଧୀ ସ୍ମାରକ ନିଧିର ପୂର୍ବତନ ଅଧ୍ୟକ୍ଷା ଥିଲେ। ଏହା ମଣି ଭବନରେ ଅବସ୍ଥିତ। ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ମଣି ଭବନର ବିଶେଷ ମହତ୍ତ୍ୱ ରହିଛି ।

ଉଷା ଗୋକାନି ପିଲାଦିନରୁ ୱର୍ଦ୍ଧାର ସେବାଗ୍ରାମ ଆଶ୍ରମରେ ବିତାଇଥିଲେ। ଏହି ଆଶ୍ରମ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ମହାତ୍ମା ଗାନ୍ଧୀ ୧୯୧୭ ରୁ ୧୯୩୪ ପର୍ଯ୍ୟନ୍ତ ମଣି ଭବନରେ ଅନେକ ଥର ରହିଥିଲେ।

Leave a Reply

Your email address will not be published. Required fields are marked *