ଅପରାଧ

ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା

ଭୁବନେଶ୍ବର: ଦିନ ଆଲୁଅରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃ୍ତ୍ତ। ସହିଦନଗର ଥାନା ଅନ୍ତର୍ଗତ ଲେପ୍ରୋସି କଲୋନିରେ ଆଜି ଏହି ଆପରାଧିକ ଘଟଣା ଘଟିଛି। ଆକ୍ରମଣରେ ଆହତ ଯୁବକଜଣଙ୍କ ହେଲେ କ୍ଷେତ୍ରବାସୀ ବେହେରା। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ କ୍ଷେତ୍ରବାସୀ ଘରେ ଥିବା ବେଳେ ଅନିଲ ନାମକ ଜଣେ ନିଶାସକ୍ତ ଯୁବକ ତାଙ୍କୁ ବାହାରକୁ ଡାକିଥିଲା। ସେ କିଛି ବୁଝିବା ପୂର୍ବରୁ ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଫାର୍ସା ଧରି ଗୋଡ଼ାଇଥିଲା। କ୍ଷେତ୍ରବାସୀ ଜୀବନ ବିକଳରେ ଦୌଡ଼ିବାରୁ ସେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଫାର୍ସାରେ ଚୋଟ ପରେ ଚୋଟ ମାରି ଚାଲିଥିଲା। ଏହା ଦେଖି ସ୍ଥାନୀୟ କିଛି ଲୋକ ଅନିଲକୁ କାବୁ କରି ସହିଦନଗର ପୁଲିସ୍‌ର ଜିମା ଦେଇଥିଲେ।

Leave a Reply

Your email address will not be published. Required fields are marked *