ମୁଖ୍ୟ ଖବର

ସୁଧାରିବାର ଆଶା ନଥିଲେ ହିଁ ଫାଶୀ ଦିଆଯିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଜଣେ ଦୋଷୀକୁ ସେତେବେଳେ ଫାଶୀ ଦଣ୍ଡ ଦିଆଯିବା କଥା ଯେତେବେଳେ ସେହି ଦୋଷୀକୁ ସୁଧାରିବାର ସମସ୍ତ ଆଶା ସରିଯିବ | ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ହେମା କୋହଲି ଓ ଜଷ୍ଟିସ ପିଏସ ନରସିଂହଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ମାର୍ଚ୍ଚ ୨୧ରେ ଖଣ୍ଡପୀଠ ସୁନ୍ଦରରାଜନ ନାମକ ବ୍ୟକ୍ତିଙ୍କ ମୃତ୍ୟୁଦଣ୍ଡକୁ ବଦଳାଇ ୨୦ ବର୍ଷର କାରାଦଣ୍ଡରେ ପରିବର୍ତ୍ତନ କରିଦେଇଛନ୍ତି | ୨୦୦୯ ମସିହାରେ ସୁନ୍ଦରରାଜନ ଜଣେ ୭ ବର୍ଷର ଝିଅକୁ ଅପହରଣ ସହ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଓ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା |ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ହେମା କୋହଲି ଓ ଜଷ୍ଟିସ ପିଏସ ନରସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ମୃତ୍ୟୁଦଣ୍ଡ ବଦଳରେ ୨୦ ବର୍ଷର କାରାଦଣ୍ଡ ଦେବାକୁ ରାୟ ଦେଇଛନ୍ତି | ଏହି ସମୟରେ କୋର୍ଟ କହିଥିଲେ ଯେ କୌଣସି ଦୋଷୀର ଦଣ୍ଡ କମାଇବାକୁ ଦୋଷୀର ପୃଷ୍ଠଭୂମି, ବିଚାରାଧୀନ ବନ୍ଦୀ ଭାବେ ଥିବା ସମୟରେ ବ୍ୟବହାର, ଅପରାଧିକ ଇତିହାସକୁ ଅନୁଧ୍ୟାନ କରାଯାଏ | ଏହା ସହ ଖଣ୍ଡପୀଠ କହିଛନ୍ତି ଯେ ଯେବେ ଦୋଷୀକୁ ସୁଧାରିବାର ସମସ୍ତ ବାଟ ବନ୍ଦ ହୋଇଯାଏ ସେତେବେଳେ ହିଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ନା ନାହିଁ ତାହା ବିଚାର କରାଯିବା ଉଚିତ |

Leave a Reply

Your email address will not be published. Required fields are marked *