ଦେଶ- ବିଦେଶ

ହୁରୁନ ଧନୀ ତାଲିକା : ପ୍ରଥମ ୧୦ରେ କେବଳ ମୁକେଶ ଅମ୍ବାନି

ନୂଆଦିଲ୍ଲୀ : ହୁରୁନ ପକ୍ଷରୁ ବିଶ୍ବର ଧନୀ ତାଲିକା ପ୍ରକାଶ ପାଇଛି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମାତ୍ର ଭାରତୀୟ ଅଛନ୍ତି । ସେ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନି । କିନ୍ତୁ ପୂର୍ବରୁ ନିୟମିତଭାବେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହୁଥିବା ଗୌତମ ଆଦାନୀ ଏହି ତାଲିକାର ୨୩ତମ ସ୍ଥାନକୁ ଖସିଯାଇଛନ୍ତି । ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ତାଙ୍କର ସଂପତ୍ତି ହ୍ରାସ ପାଇଚାଲିଛି ।

ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ ଅନୁଯାୟୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ଏବେ ୮୨ ବିଲିୟନ ଡଲାର ରହିଛି। ଗୌତମ ଆଦାନୀ ଓ ତାଙ୍କ ପରିବାର ପାଖରେ ୫୩ ବିଲିୟନ ଡଲାର ସମ୍ପତ୍ତି ରହିଛି। ତାଲିକା ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ଉଭୟ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ସମ୍ପତ୍ତି ହ୍ରାସ ପାଇଛି। ଏହି ସମୟରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୨୦ ପ୍ରତିଶତ ହ୍ରାସ ଘଟିଛି। ସେହିପରି ଗୌତମ ଆଦାନୀଙ୍କ ସମ୍ପତ୍ତିରେ ୩୫ ପ୍ରତିଶତ ହ୍ରାସ ଘଟିଛି। ସାଇରସ ପୁନାୱାଲା ଓ ଶିବ ନାଦର ପରିବାର ଯଥାକ୍ରମେ ୪୬ ଓ ୫୦ତମ ସ୍ଥାନରେ ରହିଛନ୍ତି।

ଏହି ତାଲିକାରେ ସ୍ୱର୍ଗତ ରାକେଶ ଝୁନଝୁନୱାଲା, ତାଙ୍କ ପତ୍ନୀ ରେଖା ଝୁନଝୁନୱାଲା ଏବଂ ତାଙ୍କ ପରିବାରପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ୨୦୨୩ ମସିହାର ତାଲିକାରେ ମୋଟ ୩୩୧୨ କୋଟିପତି ସ୍ଥାନ ପାଇଛନ୍ତି। ଏଥିରେ ଆମେରିକା, ଚୀନ୍ ଓ ଭାରତର ସବୁଠାରୁ ଅଧିକ କୋଟିପତି ରହିଛନ୍ତି। ଭାରତର ୧୮୭ କୋଟିପତି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେଥିମଧ୍ୟରୁ ୧୬ ଜଣ କୋଟିପତି ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି।

Leave a Reply

Your email address will not be published. Required fields are marked *