ଅପରାଧ

ସୋନୁ ନିଗମଙ୍କ ଘରୁ ଚୋରି

ମୁମ୍ବାଇ : ବଲିଉଡ୍‌ର ପ୍ରସିଦ୍ଧ ଗାୟକ ସୋନୁ ନିଗମଙ୍କ ଘରୁ ଚୋରି ହୋଇଛି। ତାଙ୍କ ବାପା ଅଗମ କୁମାର ନିଗମ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି। ସୋନୁଙ୍କ ଘରୁ ୭୨ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡିଛି। ଘରର ପୂର୍ବତନ ଡ୍ରାଇଭର୍‌ ରେହାନଙ୍କ ଉପରେ ଚୋରି ସନ୍ଦେହ ରହିଥିବା ଅଗମ କହିଛନ୍ତି।
ଅଗାମଙ୍କ ବିବୃତ୍ତି ଆଧାରରେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ରେହାନଙ୍କ ବିରୋଧରେ ଆଇପିସିର ଧାରା ୩୮୦, ୪୫୪ ଏବଂ ୪୫୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହା ସହିତ ପୋଲିସ ରେହାନକୁ ଖୋଜିବା ଆରମ୍ଭ କରିଛି। ଅଗମ କୁମାର ନିଗମ ମଧ୍ୟ ଜଣେ ବଲିଉଡର ଲୋକପ୍ରିୟ ଗାୟକ ଅଟନ୍ତି।

Leave a Reply

Your email address will not be published. Required fields are marked *