ମୁଖ୍ୟ ଖବର

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ

ଭୁବନେଶ୍ବର: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟ। ଆଜି ସକାଳେ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ନବନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଚାଷ ବଞ୍ଚାଅ, ଚାଷୀ ବଞ୍ଚାଅ, ଦେଶ ବଞ୍ଚାଅ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ମଣ୍ଡି ସମସ୍ୟା, ଧାନ କିଣାରେ ଅନିୟମିତତା ଓ କଟନୀ ଛଟନୀକୁ ବିରୋଧ କରି ଏହି ପ୍ରତିବାଦ କରାଯାଇଥିଲା। ଅନ୍ୟପଟେ ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣାରେ ବସିଥିବା ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନଙ୍କୁ ପୁଲିସ ଉଠାଇ ନେଇଥିବା ଜଣାଯାଇଛି। ମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରନ୍ତୁ ଓ ସେମାନଙ୍କୁ ତାଙ୍କ ହକ୍ ମିଳୁ ବୋଲି ସେମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ମନ୍ତ୍ରୀ ସେମାନଙ୍କ ସହ ଆଲୋଚନ ନ କରି ପୁଲିସ ଲଗାଇ ସେମାନଙ୍କୁ ଉଠାଇ ନିଆଯାଉଛି।

Leave a Reply

Your email address will not be published. Required fields are marked *