ରାଜନୀତି

ଅପମାନ କଲେ ହେବ କାର୍ଯ୍ୟାନୁଷ୍ଠାନ: ରବି ଶଙ୍କର

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଅପମାନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାଜପା କହିଛି। ଦଳର ମୁଖପାତ୍ର ରବି ଶଙ୍କର ପ୍ରସାଦ କହିଛନ୍ତି, ସମ୍ପୂର୍ଣ୍ଣ ଆଇନଗତ ପ୍ରକ୍ରିୟା ଅନୁଯାୟୀ ଦଣ୍ଡ ଦିଆଯାଇଛି। ଅପଶଦ୍ଦ ବ୍ୟବହାର କରିବ ତ ଆଇନ ତା’ କାମ କରିବ। ସେ ଆହୁରି କହିଛନ୍ତି, କଂଗ୍ରେସ କ’ଣ ଚାହୁଁଛି? ରାହୁଲ ଗାନ୍ଧୀ ସବୁ ଲୋକଙ୍କୁ କହିବାର ପୂରା ଅଧିକାର ଅଛି? ଦେଶରେ ଆଇନର ରାଜୁତି ଚାଲୁଛି, ଏହା ଆଗକୁ ମଧ୍ୟ ଜାରି ରହିବ।

୨୦୧୯ ଲୋକ ସଭା ନିର୍ବାଚନ ବେଳେ କର୍ନାଟକର କୋଲାରରେ ଏକ ରାଲିରେ ପ୍ରଚାର ବେଳେ ସବୁ ‘ମୋଦି’ ଚୋର ବୋଲି ମନ୍ତବ୍ୟ ଦେଇଥିଲେ ରାହୁଲ। ଯାହା ଅତ୍ୟନ୍ତ ଅପମାନଜନକ ବୋଲି ରବି ଶଙ୍କର କହିଛନ୍ତି। ସେ ଆହୁରି କହିଛନ୍ତି ସତ୍ୟ, ଅହିଂସା ଉପରେ ବିଶ୍ୱାସ କରନ୍ତି ବୋଲି ରାହୁଲ ଗାନ୍ଧୀ କହନ୍ତି। ଏହାର ଅର୍ଥ କ’ଣ ଲୋକମାନଙ୍କୁ ଅପମାନିତ କରିବା? ପରିସ୍ଥିତି ଏପରି ହୋଇଯାଇଛି ଯେ, ଏବେ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜାମିନ ନେବାକୁ ପଡିବ।

Leave a Reply

Your email address will not be published. Required fields are marked *