ଅପରାଧ

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ

ରାଉରକେଲା : ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ୧୦ ନମ୍ବର ରାଜ୍ୟ ରାଜପଥ ଝାରବେଡ଼ାସ୍ଥିତ ଡାଲମିଆ ମହାବିଦ୍ୟାଳୟ ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଦ୍ୱୟ ହେଉଛନ୍ତି ରାଜଗାଙ୍ଗପୁର ବ୍ଲକ ତେତେରକେଲା ଗ୍ରାମର ଶୀତଳ ଲାକ୍ରା (୨୭) ଓ ସୁବାସ ଲାକ୍ରା (୨୨)।

ଘଟଣାରୁ ଜଣାପଡ଼ିଛି ଯେ, ଉଭୟେ ଏକ ବାଇକ୍‌ ଓଡ଼ି ୧୬ ଜି ୨୮୦୧ ଯୋଗେ ଯାଉଥିବା ବେଳେ ଡାଲମିଆ କଲେଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ୪ ଲେନ୍‌ ବିଶିଷ୍ଟ ରାସ୍ତା ମଝିରେ ଥିବା ଡ୍ରେନ ଭିତରେ ପଡ଼ିଥିଲେ।ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲା। ତେବେ ଏଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *