ମୁଖ୍ୟ ଖବର

ପାରିବାରିକ ବିବାଦକୁ ନେଇ ଏସିଡ ମାଡ

ବାଲେଶ୍ୱର: ପାରିବାରିକ ବିବାଦକୁ ନେଇ ଏସିଡ ମାଡ କଲେ ଯୁବକ | ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁର ଗାଁର ଏସିଡ ମାଡ଼ରେ ଚାରିଜଣ ଗୁରୁତର ହୋଇପଡିଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଥିବାବେଳେ ଦୁଇ ଜଣ ଶିଶୁ ଅଛନ୍ତି । ମିଳିଥିବା ସୂଚନା ମୁତାବକ ଭୀମପୁର ଗାଁ’ର କାର୍ତ୍ତିକ ସିଂଙ୍କର ଦୁଇ ଝିଅଙ୍କ ମଧ୍ୟରୁ ସାନ ଝିଅ ବନିତା ସିଂ ଦେଢ଼ ମାସ ତଳେ ନୀଳଗିରି ନୟାପାଟଣାର ଚନ୍ଦନ କୁମାର ରଣା ନାମକ ଯୁବକଙ୍କୁ ବିବାହ କରିଥିଲେ ।ହେଲେ ତା ପୂର୍ବରୁ ଚନ୍ଦନଙ୍କର ଆଉ ଏକ ମହିଳାଙ୍କ ସହ ସମ୍ପର୍କ ଥିବାର ଜାଣି ତାଙ୍କ ସହ ଆଉ ଶାଶୂଘରକୁ ବନିତା ଯାଇନଥିଲେ | ଆଜି ତାଙ୍କ ଘରକୁ ଚନ୍ଦନ କୁମାର ରଣା ବନିତାଙ୍କୁ ନେବା ପାଇଁ ଆସିଥିବାବେଳେ ସାଙ୍ଗରେ ଏସିଡ ଆଣିଥିଲେ । ଆଉ ଆଜି ଉଭୟଙ୍କ ମଧ୍ୟରେ କଥା କଟାକଟି ପରେ ଚନ୍ଦନ ସ୍ତ୍ରୀ ଓ ବଡ଼ ଭଉଣୀ ଅର୍ଥାତ ଦେଢ଼ଶାଳୀଙ୍କୁ ଏସିଡ ମାଡ଼ କରିଥିଲା । ଏସିଡ ବନିତାଙ୍କ ବଡ଼ ଭଉଣୀ ଓ ତାଙ୍କର ଦୁଇ ଶିଶୁଙ୍କ ଉପରେ ପଡିଥିଲା । ସମସ୍ତଙ୍କୁ ଜିଲ୍ଲା ମେଡ଼ିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି |

Leave a Reply

Your email address will not be published. Required fields are marked *