ରାଜ୍ୟ

ଆମ ପୋଲିସ କାର୍ଯ୍ୟକ୍ରମ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ଥାନା ପରିସର ରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଶିକ୍ଷାବିଦ ଡଃ. ସନ୍ତୋଷ ମିତ୍ର ସଭାପତିତ୍ବ କରିଥିବା ବେଳେ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ନିମାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ,ନିମାପଡ଼ା ଥାନା ଅଧିକାରୀ ଶଙ୍କର୍ଷଣ ଦଳାଇ , ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ ।ଜନସାଧାରଣ ପୋଲିସ ସହିତ ସୁ ସମ୍ପର୍କ ରଖି କାର୍ଯ୍ୟ କରିବାକୁ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଚାରିଛକ ଥାନା ଅଂଚଳର ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ,ବରିଷ୍ଠ ନାଗରିକ ଓ ଜନ ସାଧାରଣ ଯୋଗ ଦେଇଥିଲେ ।

ରିକ ଓ ଜନ ସାଧାରଣ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *