ମୁଖ୍ୟ ଖବର

ରାହୁଲ ପ୍ରସଙ୍ଗରେ କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ:  ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟ ପଦ ରଦ୍ଦ ହେବାକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଦାନୀ ପ୍ରସଙ୍ଗ ଉଠାଉଥିବା ରାହୁଲଙ୍କୁ ଚୁପ କରିବାକୁ ବିଜେପି ଏପରି କରିଛି ବୋଲି କଂଗ୍ରେସ କହିଛି । ଆଦାନୀ ପ୍ରସଙ୍ଗ, ମୁଦ୍ରାସ୍ପୀତି ଆଦି ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି ଏପରି କରୁଛି । ଏହା ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ କହିଛି । ଏହା ଏକଛତ୍ରବାଦ ଶାସନର ଏକ ନଗ୍ନ ଉଦାହରଣ ବୋଲି କଂଗ୍ରେସ ସାଂସଦ ଅଧିର ରଂଜନ ଚୌଧୁରୀ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଯେଉଁମାନେ ବିଜେପିକୁ ଦାୟୀ କରୁଛନ୍ତି ସେମାନେ ମନେରଖିବା ଉଚିତ ଯେ ମନମୋହନ ସରକାରଙ୍କ ଅଧ୍ୟାଦେଶକୁ ରାହୁଲ ଚିରିଦେଇଥିଲେ ।

ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ରାହୁଲ ଗାନ୍ଧି କହୁଥିଲେ ଦୁର୍ଭାଗ୍ୟବଶତଃ ମୁଁ ଜଣେ ସାଂସଦ। ଏଣୁ ଆଜି ସେମାନେ ଯାହା ଦୁର୍ଭାଗ୍ୟଜନକ ମନେ କରୁଥିଲେ, ସେଥିରୁ ମୁକ୍ତି ପାଇଛନ୍ତି। ୱାୟନାଡର ଲୋକମାନେ ମଧ୍ୟ ଏଥିରୁ ମୁକ୍ତି ପାଇଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ, କଂଗ୍ରେସରେ କିଏ ଏହି ସୁଚିନ୍ତିତ ଷଡ଼ଯନ୍ତ୍ର କରିଛି । କଂଗ୍ରେସରେ କିଏ ରାହୁଲଙ୍କ ଠାରୁ ମୁକ୍ତି ପାଇବାକୁ ଚାହୁଁଛି । ରାହୁଲଙ୍କ ବିପକ୍ଷରେ କିଏ ଖେଳ ଖେଳିଲା ? ଯଦି ପୱନ ଖେରାଙ୍କ ପାଇଁ ଓକିଲମାନେ ତୁରନ୍ତ ପହଞ୍ଚିପାରିଥାନ୍ତେ

Leave a Reply

Your email address will not be published. Required fields are marked *