ମହାନଗର

ଆକାଶରେ ବିରଳ ଦୃଶ୍ୟ

ଭୁବନେଶ୍ୱର, : ଶୁକ୍ରବାର ସନ୍ଧ୍ୟାରେ ଆକାଶରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ଜହ୍ନ ତଳେ ଏକ ଉଜ୍ଜ୍ୱଳ ନକ୍ଷତ୍ର ଦେଖାଯାଉଛି। ଏହି ଦୃଶ୍ୟକୁ ପ୍ରାୟ ସମସ୍ତେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ତେବେ ଏପରି ଦୃଶ୍ୟ କାହିଁକି ଦେଖାଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି।
ଆଜିଠାରୁ ରମ୍‌ଜାନ ମାସ ଆରମ୍ଭ ହେଉଥିବାରୁ ଇସ୍‌ଲାମ ଧର୍ମାବଲମ୍ବୀମାନେ ଏହାକୁ ଆଲ୍ଲାଙ୍କ ଚମତ୍କାରିତା ବୋଲି କହୁଛନ୍ତି। ଅନ୍ୟପକ୍ଷେ ମାର୍ଚ୍ଚ ୨୫ ରୁ ୩୦ ଯାଏ ଗୋଟିଏ ରେଖାରେ ୫ଟି ଗ୍ରହ ଦେଖାଯିବେ ବୋଲି ସୂଚନା ରହିଛି। ୨୫ ରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ବୃହସ୍ପତି, ବୁଧ, ଶୁକ୍ର, ମଙ୍ଗଳ, ୟୁରେନ୍ସ ଓ ଚନ୍ଦ୍ର ଏକ ସରଳ ରେଖାରେ ଦେଖାଦେବେ। ସେଥିପାଇଁ ଏପରି ବିରଳ ଦୃଶ୍ୟ ଆକାଶରେ ଦେଖାଯାଇଛି ବୋଲି ହିନ୍ଦୁ ଧର୍ମାବଲମ୍ବୀମାନେ କହିଛନ୍ତି

Leave a Reply

Your email address will not be published. Required fields are marked *