ଖେଳ

ଖାଇକୁ ଖସିଲା ବରଯାତ୍ରୀ ବସ, ୧୫ ମୃତ

ଇସଲାମାବାଦ, : ପାକିସ୍ତାନର ପଞ୍ଜାବ ପ୍ରଦେଶର ବରଯାତ୍ରୀମାନଙ୍କୁ ନେଇ ଯାଉଥିବା ଖାଇକୁ ଖସି ପଡ଼ିଛି। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬୦ ଜଣ ଜଣ ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ କହିଛି। ବସଟି ଇସଲାମାବାଦରୁ ଲାହୋର ଯାଉଥିଲା। ରବିବାର ବିଳମ୍ବିତ ରାତିରେ ଲାହୋରଠାରୁ ପ୍ରାୟ ୨୪୦ କିଲୋମିଟର ଦୂରରେ ଥିବା କାଲାର କହାର ସଲ୍ଟ ରେଞ୍ଜ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ଉଦ୍ଧାର ଅଧିକାରୀ ମହମ୍ମଦ ଫାରୁକ କହିଛନ୍ତି, ବସ ଓଲଟି ଖାଇକୁ ଖସିବା ପୂର୍ବରୁ ବିପରୀତ ଦିଗରୁ ଆସୁଥିବା ତିନିଟି ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଜରୁରୀକାଳୀନ ଉଦ୍ଧାର ସେବା ’ରେସକ୍ୟୁ ୧୧୨୨’ କହିଛି ଯେ ବ୍ରେକ ବିଫଳତା ହେତୁ ଏହି ଦୁର୍ଘଟଣା ଘଟିଛି। ଫାରୁକ କହିଛନ୍ତି ଯେ ବସକୁ କାଟି ମୃତ ଓ ବହୁ ଆହତଙ୍କୁ ବାହାରକୁ ଅଣାଯାଇଥିଲା।

ସେ କହିଛନ୍ତି ଯେ ଆହତମାନଙ୍କୁ ଚିକିତ୍ସା ଲାଗି ରାୱଲପିଣ୍ଡି ଏବଂ ଇସଲାମାବାଦ ଡାକ୍ତରଖାନାକୁ ନିଆଯାଇଛି । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି ବୋଲି ସେ କହିଛନ୍ତି। ଏହି ଦୁର୍ଘଟଣା ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *