ମନୋରଞ୍ଜନ

ମନ ମି୍ୟୁଜିଅମ ଚଳଚିତ୍ର ଦର୍ଶକଙ୍କ ମନୋରଞ୍ଜନ କରିବ

ଭୁବନେଶ୍ୱର : ନିଶ୍ଚିତ ଭାବରେ ୨୦୨୩ ବର୍ଷଟି ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଭଲ ଆରମ୍ଭ। ଦମନ, ପ୍ରତୀକ୍ଷା ଭଳି ଶ୍ରେଷ୍ଠ ସିନେମା ଯାହା ଦର୍ଶକମାନଙ୍କୁ ହଲକୁ ଫେରାଇ ଆଣିବାରେ ସଫଳ ହୋଇଛି ବୋଲି ସୂଚନା ମିଳିଛି l
ତେବେ, ଶୁକ୍ରବାର ଫ୍ରାଇଡେ ରିଲିଜ୍‌ ଅବସରରେ ବଡ଼ ପରଦାରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନ ମ୍ୟୁଜିୟମ୍‌’। ଯାହା ଓଡିଶାର ୧୦ଟି ଜିଲ୍ଲାର ପ୍ରେକ୍ଷାଳୟ ଗୁଡିକରେ ସଗୌରବେ ଆଗେଇ ଚାଲିଛି।
ସଙ୍ଗୀତା ମୋସନ୍‌ ପିକ୍‌ଚର୍ସ ବ୍ୟାନରରେ ନିର୍ମିତ ‘ମନ ମ୍ୟୁଜିୟମ୍‌’ ପତି ଓ ମାନିର ୨୦ ବର୍ଷ ତଳର ପିଲାଦିନର ସ୍ମୃତିଭରା ମିଠା ପ୍ରେମ ଉପରେ ଆଧାରିତ। ଏହାର ମୁଖ୍ୟ ଚରିତ୍ରରେ ନିହାର, ଉପାସନା, ସାୟଲ, ସୂର୍ଯ୍ୟମୟୀ, ଅନିମେଶ ଓ ପ୍ରଶାନ୍ତ ପାତ୍ର ପ୍ରମୁଖ ଅଭିନୟ କରିଛନ୍ତି। ନିହାର ଆମେରିକାର ହୁଡେ ସ୍କୁଲ ଅଫ୍ ଆକ୍ଟିଂରେ ବୃତ୍ତିଗତ ଅଭିନୟ ଅଧ୍ୟୟନ କରିଥିଲେ। ତାଙ୍କର ଅଭିନୟ କ୍ୟାରିଅର୍ 2017 ରେ ପାଟ୍ରିକ୍ ମାନୱେଙ୍କ ହଲିଉଡ ଚଳଚ୍ଚିତ୍ର “ଦାସ ଟୁ ରିମ୍” ରୁ ଆରମ୍ଭ ହୋଇଥିଲା। ତା’ପରେ ସେ ଅନେକ କ୍ଷୁଦ୍ର ଚଳଚ୍ଚିତ୍ର, ମ୍ୟୁଜିକ୍ ଭିଡିଓ ଏବଂ ମଡେଲିଂ ଆସାଇନମେଣ୍ଟରେ କାମ କରିଥିଲେ। ମନ ମ୍ୟୁଜିୟମ୍ ଚଳଚ୍ଚିତ୍ରରେ ମଧ୍ଯ ତାଙ୍କର ଅଭିନୟ ବେଶ୍ ମନଛୁଆଁ ହୋଇପାରିଛି। ଟେଲି ଜଗତରୁ ବଡ ପରଦାକୁ ଆସିଥିବା ଅଭିନେତ୍ରୀ ଉପାସନା ମଧ୍ଯ ନିକଟରେ ରିଲିଜ ହୋଇଥିବା ‘ଚୁମକି’ ଫିଲ୍ମରେ ଦର୍ଶକଙ୍କ ପସନ୍ଦଯୋଗ୍ୟା ହୋଇପାରିଛନ୍ତି।
ଏକ ସୁନ୍ଦର ପ୍ରେମ କାହାଣୀ ଉପରେ ଆଧାରିତ ଏହି ସିନେମା ମନ ମ୍ୟୁଜିୟମର ପ୍ରଯୋଜନା ସଙ୍ଗୀତା ମହାନ୍ତି କରିଥିବାବେଳେ ସିନେମା ନିର୍ମାଣ ପଛରେ ଧ୍ରୁବାନନ୍ଦ ପଣ୍ଡା ଓ ଟିମ୍‌ ବହୁ ପରିଶ୍ରମ କରିଛନ୍ତି। ଶ୍ରୀ ପଣ୍ଡା ଏହାର ନିର୍ଦ୍ଦେଶନା ଦେଇଛନ୍ତି। କାହାଣୀ ରଶ୍ମିରେଖା ପଣ୍ଡା, ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା। ଗୀତ ବିଜୟ ମଲ୍ଲ ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶରତ ନାୟକ। ଡିଓପିରେ ଲିଟୁ ଓ ଜିତୁ, କଳା ନିର୍ଦ୍ଦେଶନାରେ ବିଶ୍ୱନାଥ ନାୟକ, ସମ୍ପାଦନାରେ ସୁକୁମାର ମଣି, କୋରିଓଗ୍ରାଫିରେ ଗିରିଶ ମହାନ୍ତି ଏବଂ ପ୍ରଡକ୍ସନ୍‌ ଡିଜାଇନର ଭାବେ ବିରାଜ ସହଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *