ଦେଶ- ବିଦେଶ

ନିର୍ବାଚନ ଆୟୋଗ ବିଲୋପ ହେବା ଉଚିତ୍‌: ଉଦ୍ଧବ

ମୁମ୍ବାଇ, : ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନ ଆୟୋଗଙ୍କୁ ବିଲୋପ କରି ଲୋକଙ୍କ ଦ୍ୱାରା ନିର୍ବାଚିତ ହେବା ଉଚିତ ବୋଲି ସୋମବାର ଉଦ୍ଧବ କହିଛନ୍ତି।

ବାଲ ସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଦଳ ଶିବସେନାର ନାମ ଏବଂ ପ୍ରତୀକ ହରାଇବାର ଦୁଇ ଦିନ ପରେ ନିର୍ବାଚନ ଆୟୋଗଙ୍କୁ ବିଲୋପ କରାଯିବା ମନ୍ତବ୍ୟ ଏବେ ରାଜନୈତିକ ଉସ୍ମତାକୁ ଆହୁରି ବଢାଇ ଦେଇଛି। ଏପରିକି ଗଣତାନ୍ତ୍ରିକ ଅନୁଷ୍ଠାନ ସହାୟତାରେ ଭାଜପା ଗଣତନ୍ତ୍ରକୁ ନଷ୍ଟ କରୁଥିବା ଉଦ୍ଧବ ଅଭିଯୋଗ କରିଛନ୍ତି। ଯଦି ଏହା ଜାରି ରୁହେ ତେବେ ୨୦୨୪ ପରେ ଦେଶରେ ଆଉ ନିର୍ବାଚନ ହେବ ନାହିଁ ବୋଲି ଉଦ୍ଧବ କହିଛନ୍ତି। ସେ ହିନ୍ଦୁତ୍ୱ ଛାଡି ନାହାଁନ୍ତି, ଯଦିଓ ୨୦୧୯ରେ ଭାଜପା ଦଶନ୍ଧି ପୁରୁଣା ବନ୍ଧୁତାକୁ ସମାପ୍ତ କରିଛି ବୋଲି ଉଦ୍ଧବ କହିଛନ୍ତି।

Leave a Reply

Your email address will not be published. Required fields are marked *