ଦେଶ- ବିଦେଶ

ଛାତିରେ ଲଗାଇଦିଅ ପଦ୍ମଫୁଲ ଚିହ୍ନ: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଆଜି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରିଥିଲେ | ତେବେ ଏହି ସମୟରେ ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଶୁଣି ସେ ରାଗିଯାଇଥିଲେ | ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ଜଣକ ବିଜେପି ଉଠାଇଥିବା ଓବିସି ପ୍ରସଙ୍ଗକୁ ନେଇ ରାହୁଲଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ଆଉ ଏହି ପ୍ରଶ୍ନ ଶୁଣି ରାହୁଲ ରାଗିଯାଇଥିଲେ | ସାମ୍ବାଦିକ ଜଣକ ରାହୁଲ ଗାନ୍ଧୀଙ୍କୁ ପଚାରିଥିଲେ,ଯେ “କୋର୍ଟର ଯାହା ନିଷ୍ପତ୍ତି ଆସିଛି, ବିଜେପି କହିଛି ଯେ ଆପଣ ଓବିସି ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। ବିଜେପି ସାରା ଦେଶରେ ସାମ୍ବାଦିକ ସମ୍ମିଳନୀ କରି ଆପଣ ଓବିସି ସମ୍ପ୍ରଦାୟକୁ ଅପମାନ କରିଛନ୍ତି ବୋଲି କହୁଛି’ । ଏତିକି କଥା ଶୁଣି ରାହୁଲ ସାମ୍ବାଦିକଙ୍କୁ କହିଥିଲେ ଯେ, ‘ଭାଇ, ତୁମେ ସିଧାସଳଖ ବିଜେପି ପାଇଁ ଏତେ କାମ କାହିଁକି କରୁଛ ?ଟିକେ ବୁଲେଇକି ପଚାର, ଯଦି ଆପଣ ବିଜେପି ପାଇଁ କାମ କରିବାକୁ ଚାହାଁନ୍ତି ତେବେ ଛାତିରେ ବିଜେପିର ଚିହ୍ନ ଲଗାଇଦିଅନ୍ତୁ, ତେବେ ମୁଁ ସେହି ଅନୁଯାୟୀ ଉତ୍ତର ଦେବି । ଏହା କହିବାର କିଛି ସମୟ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ ପବନ ବାହାରିଗଲା’। ଉଲ୍ଲେଖ ଥାଉ କି ଯେ ଶୁକ୍ରବାର ଦିନ ଲୋକସଭା ସଚିବାଳୟ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ । ଗୁଜୁରାଟର ସୁରଟ କୋର୍ଟ ଦ୍ୱାରା ୨୦୧୯ ମାନହାନି ମାମଲାରେ ଦଣ୍ଡିତ ହେବା ପରେ ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ କରାଯାଇଥିଲା । ଗୁରୁବାର କୋର୍ଟ ରାହୁଲ ଗାନ୍ଧୀଙ୍କୁ ମୋଦୀ ଉପନାମ ସହ ଜଡିତ ମାନହାନୀ ମାମଲାରେ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *