ମନୋରଞ୍ଜନ

ଅଭିନେତ୍ରୀ ଫାଶୀ ଲାଗାଇ ଜୀବନ ହାରିଲେ

ମୁମ୍ବାଇ: ଜଣେ ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀ ବନାରସର ଏକ ହୋଟେଲରେ ଜୀବନ ହାରି ଦେଇଥିବାର ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଜୀବନ ହାରି ଦେଇଥିବା ଭୋଜପୁରୀ ଅଭିନେତ୍ରୀଙ୍କ ନାମ ଆକାଂକ୍ଷା ଦୁବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସାରନାଥ ଥାନା ଅଞ୍ଚଳରେ ସୋମେନ୍ଦ୍ର ହୋଟେଲରେ ମେଡେଲ ତଥା ଅଭିନେତ୍ରୀ ଆକାଂକ୍ଷା ଦୁବେ ଫାଶୀ ଲାଗାଇ ଜୀବନ ହାରି ଦେଇଛନ୍ତି। ଆକାଂକ୍ଷା ଭଦୋହି ଜନପଦର ଚୋରି ଥାନା ଅଞ୍ଚଳସ୍ଥ ପରସିପୁରରେ ବସବାସ କରୁଥିଲେ। ଆକାଂକ୍ଷା ଭୋଜପୁରୀ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ।

ଆକାଂକ୍ଷା ‘ବୀରୋ କି ବୀର’ ଓ ‘କସମ ପୈଦା କରନେ ବାଲେ କି ୨’ ନାମକ ସିନେମାରେ କାମ କରିଛନ୍ତି। ମାର୍ଚ୍ଚ ୨୬ରେ ଭୋଜପୁରୀ ସୁପରଷ୍ଟାର ପବନ ସିଂହଙ୍କ ସହିତ ତାଙ୍କ ନୂତନ ଗୀତ ରିଲିଜ ହୋଇଛି। ଏହି ଗୀତର ନାମ ‘ଆରା କଭି ହାରା ନୈହିଁ’ ରହିଛି। ଗୋଟିଏ ପରେ ଗୋଟିଏ ସଫଳତା ପାଇଥିବା ଆକାଂକ୍ଷା ହଠାତ ଏମିତି ପଦକ୍ଷେପ ନେବେ ତାହା କେହି ବିଶ୍ବାସ କରି ପାରୁ ନାହାନ୍ତି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅଭିନେତ୍ରୀ କାହିଁକି ଏଭଳି ପଦକ୍ଷେପ ନେଇଛନ୍ତି ତାହା ଜଣାପଡ଼ିନାହିଁ। ତେବେ ଆକାଂକ୍ଷାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳି ଯାଇଛି। ସମସ୍ତଙ୍କୁ ଅଭିନେତ୍ରୀଙ୍କ ଜୀବନ ହାରିବା ଖବର ଏକ ଶକ୍ତ ଝଟକା ଲାଗିଲା ଭଳି ଲାଗିଛି।

ଆକାଂକ୍ଷା ତିନିବର୍ଷ ବୟସରେ ମୁମ୍ବାଇ ଆସିଥିଲେ। ତାଙ୍କ ବାପା ଓ ମା’ ତାଙ୍କୁ ଆଇପିଏସ ଅଧିକାରୀ କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର ନୃତ୍ୟ ଓ ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ପିଲାଟି ଦିନରୁ ତାଙ୍କୁ ଟେଲିଭିଜନ ଦେଖିବା ପସନ୍ଦ ଥିଲା। ଧୀରେଧୀରେ ସେ ସିନେମା ଦୁନିଆରେ ପାଦ ଥାପିଥିଲେ। ମୁମ୍ବାଇରେ ପାଠପଢ଼ିବା ପରେ ଆକାଂକ୍ଷା ନିଜର କ୍ୟାରିଅର ସିନେମାରେ ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *