ଦେଶ- ବିଦେଶ

ହାମବର୍ଗରେ ଗୁଳିକାଣ୍ଡ: ୨ ମୃତ

ହାମବର୍ଗ, : ଜର୍ମାନୀର ହାମବର୍ଗରେ ଗୁଳିକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ଜଣେ ସ୍ଥାନୀୟ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପୋଲିସର ସୂଚନାନୁସାରେ, ଏକ ଅପରେଶନ ଆରମ୍ଭ ହୋଇଛି ଏବଂ ଗୁଳିକାଣ୍ଡ ଭିଆଇଥିବା ଅଜଣା ବ୍ୟକ୍ତିଙ୍କ ଖୋଜ ଖବର ନିଆଯାଉଛି।

ଏକ ମାସ ମଧ୍ୟରେ ହାମବର୍ଗରେ ଏହା ହେଉଛି ଦ୍ୱିତୀୟ ଗୁଳିକାଣ୍ଡ ଘଟଣା। ମୃତକମାନଙ୍କ ବିଷୟରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।
ଏହି ଘଟଣାର ତଦନ୍ତ କରାଯାଉଛି ଏବଂ ଏହି ଆକ୍ରମଣର କାରଣ କ’ଣ ତାହା ଅନୁସନ୍ଧାନ କରାଯାଉଛି। ଏଥିସହ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି। ଅପରାଧର ଉଦ୍ଦେଶ୍ୟ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ନିର୍ଭରଯୋଗ୍ୟ ସୂଚନା ମିଳିନାହିଁ।
ମାର୍ଚ୍ଚ ୧୦ରେ ହାମବର୍ଗରେ ମଧ୍ୟ ଏଭଳି ଗୁଳିକାଣ୍ଡ ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *