ଅପରାଧ

ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଆରଡ଼ି, : ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଭୂଇଁପୁରର ଦିବାକର ବିଶ୍ବାଳଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଝରକା ଗ୍ରୀଲ୍‌ ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପରିବାର ଲୋକେ ନିକଟରେ ହେଉଥିବା ଅପେରା ଦେଖିବାକୁ ଯାଇଥିଲେ। ଘରକୁ ଫେରି ସେମାନେ ଚୋରି ହୋଇଥିବା ବିଷୟରେ ଜାଣିବାକୁ ପାଇ ଆରଡ଼ି ଫାଣ୍ଡି ପୋଲିସକୁ ଫୋନ୍‌ ଯୋଗେ ଜଣାଇଥିଲେ। ପୋଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଫାଣ୍ଡିରେ ଅଟକାଇ ପଚରାଉଚରା ଜାରି ରଖିଛି। ରବିବାର ସାଇଣ୍ଟଫିକ୍‌ ଟିମ୍‌ ଚୋରି ହୋଇଥିବା କୋଠରିକୁ ଯାଇ ତଦନ୍ତ ପ୍ରକିୟା ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *