ମହାନଗର

ଗିରଫ ହେଲେ ନକଲି ବାବା

କଟକ: ମେଡିକାଲ ବିଜ୍ଞାନ ଆଗକୁ ବଢୁଥିବା ବେଳେ ସନ୍ତାନ ଆଶାରେ ବାବାଙ୍କୁ ଭରସା କରି ଠକେଇର ଶିକାର ହୋଇଛନ୍ତି ଦମ୍ପତ୍ତି। ଶିକ୍ଷିତ ଦମ୍ପତ୍ତି ବି ଡାକ୍ତରୀ ଚିକିତ୍ସା ଉପରୁ ଭରସା ତୁଟାଇ ଜଣେ ବାବାଙ୍କ ଠକାମୀର ଶିକାର ହୋଇଛନ୍ତି। ବାଦାମବାଡି ଥାନା ପୁଲିସ ଠକ ବାବା ସିଦ୍ଧେଶ୍ଵର ସାମନ୍ତରାୟଙ୍କୁ ଗିରଫ କରିବା ପରେ ଘଟଣା ଉପରୁ ପରଦା ଉଠିଛି। ସନ୍ତାନ କରେଦେବା ନାଁ ରେ କଟକର ଏକ ଦମ୍ପତ୍ତିଙ୍କ ଠାରୁ ୩ଲକ୍ଷ ୯୦ ହଜାର ଟଙ୍କାର ଠକେଇ କରିବା ପରେ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଭଣ୍ଡ ବାବାଙ୍କୁ ବାଦାମବାଡ଼ି ପୁଲିସ ଗିରଫ କରିଥିଲା ।

ନିଃସନ୍ତାନ ଦମ୍ପତ୍ତିଙ୍କ କୋଳକୁ ବାବା ଦେବେ ସନ୍ତାନଟିଏ। ଏଭଳି ଆଶା କରି ବାବାଙ୍କ ଦ୍ଵାରସ୍ଥ ହୋଇଥିଲେ ଦମ୍ପତ୍ତି। କଟକର ସଂଗ୍ରାମ ଦାସ ଓ ତାଙ୍କ ପତ୍ନୀଙ୍କୁ ପୂଜା ପାଠ ମାଧ୍ୟମରେ ଏକ ସନ୍ତାନ ମିଳିବ କହି ଭଣ୍ଡ ବାବା ଠକିଥିଲେ | ଗୋଟିଏ କି ଦୁଇଟି ନୁହେଁ ସାତ ସାତଟି ପୂଜା କରି ଠକିଥିବା ଭଣ୍ଡ ବାବା ଶେଷରେ କମିସନରେଟ ପୁଲିସ ଜାଲରେ। ଧର୍ମଶାଳାର ସିଦ୍ଧେଶ୍ଵର ସାମନ୍ତରାୟଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୁଲିସ।

କେବଳ କଟକ ସହର ନୁହେଁ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନ ମାନଙ୍କରେ ନିଜର ଏହିଭଳି ବ୍ୟବସାୟ ଚଳାଇଥିଲା ଭଣ୍ଡ ବାବା । ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଥିଲା ବାଦାମବାଡ଼ି ଥାନା ପୁଲିସ । ଆଇଆଇସିଙ୍କ ତତ୍ତ୍ଵାବଧାନରେ ଏକ ସ୍ବତନ୍ତ୍ର ଟିମ ପ୍ରସ୍ତୁତ କରି ଭଣ୍ଡବାବାକୁ ଧରିବା ପାଇଁ ବାହାରିଥିଲା ପୁଲିସ । ଏହାପରେ ବାଲେଶ୍ଵର ସହରର ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଶେଷରେ ଗିରଫ କରି କଟକ ଆଣିଥିଲା ବାଦାମବାଡ଼ି ଥାନା ପୁଲିସ । ଏହାସହ ଯେତେବେଳେ ପୁଲିସ ଏ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା ସେ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭଣ୍ଡ ବାବା ସମ୍ପର୍କରେ ମିଳିଥିଲା । ଯେଉଁ ଲୋକମାନଙ୍କୁ ଅନ୍ଧବିଶ୍ୱାସର ଦ୍ୱାହି ଦେଇ ଲୁଟୁଥିଲା ସେତେବେଳେ ଯଦି କେହି ବାବାଙ୍କ ସମ୍ପର୍କରେ ମୁଁହ ଖୋଲୁଥିଲା ତାକୁ ମାରିଦେବା ଓ ଧମକ ଦେଉଥିଲା ଏହି ଭଣ୍ଡ ବାବା । ତେବେ ବାବାଙ୍କ ମୁହଁଫୁଟାଣି ବି କମ ନାହିଁ | ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ସହ ଆଗକୁ ସାମ୍ବାଦିକ ସମ୍ମିଳନୀ ବି କରିବେ ବୋଲି କହୁଛନ୍ତି। ଅନ୍ୟପଟେ ନିଜକୁ ନିର୍ଦ୍ଦୋଷ କହିବା ସହ ତାକୁ ଫସେଇ ଦିଆଯାଇଥିବା କଥା କହିଛି ଭଣ୍ଡ ବାବା ।

Leave a Reply

Your email address will not be published. Required fields are marked *