ମନୋରଞ୍ଜନ

କ୍ରିତି ଯାହା ଚାହୁଁଥିଲେ ଏପରି ସିନେମା

ଏପରି ବି ସମୟ ଆସେ ମଣିଷ ଯାହା ଖୋଜୁଥାଏ ତାହା ହାତ ପାଆନ୍ତାରେ ମିଳିଯାଏ। ଆଉ ସେତେବେଳେ ଯେଉଁ ଖୁସି ମିଳେ ତାହାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଦେଖୁନାହାନ୍ତି, ମନଲାଖି ଅଫରଟିଏ ପାଇବା ପରେ କେମିତି କ୍ରିତି ସାନନ୍‌ଙ୍କର ଖୁସି ବନ୍ଧ ବାଡ ମାନୁନି। କଥା କ’ଣ କି ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କର ନୂଆ ସିନେମା ପାଇଁ କ୍ରିତିଙ୍କୁ ଯୋଗାଯୋଗ କରିଥିଲେ। ଆଲୋଚନାବେଳେ ହିଁ ସମୟ ଅପଚୟ ନ କରି ଏହି ସିନେମାରେ ଅଭିନୟ କରିବାକୁ ସମ୍ମତି ଜଣାଇଥିଲେ। ଏ ବିଷୟରେ ସେ କହନ୍ତି, ‘ଯେଉଁ ନୂଆ ସିନେମାଟି ମୁଁ ସାଇନ୍‌ କରିଛି ସେଥିରେ ମିଳିଥିବା ମୋର ଭୂମିକାଟି ଡିଫରେଣ୍ଟ ଟେଷ୍ଟର ଅଟେ। ନିପଟ ମଫସଲର ଜଣେ ଯୁବତୀ କିପରି ଅଜବ ପରିସ୍ଥିତିରେ ପଡିଛି ଏବଂ ତାହାକୁ କେମିତି ମୁକାବିଲା କରୁଛି-ଏପରି ବିଷୟକୁ ନେଇ କାହାଣୀ ଆଗେଇଛି। ଏହି ଫିଲ୍ମରେ ଥିବା ମୋ ଭୂମିକାଟି ମୋ କ୍ୟାରିୟର ପାଇଁ ବେଶ୍‌ ମାଇଲେଜ ସାବ୍ୟସ୍ତ ହେବ ବୋଲି ଆଶା ରଖିଛି। କେବଳ ସେତିକି ନୁହେଁ, ଏଭଳି ରୋଲ୍‌କୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରିଦେଲିଣି।’ ଏହି ସିନେମାର ପ୍ରାରମ୍ଭିକ କାମ ଚାଲୁ ରହିଛି ଏବଂ ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ଟାଇଟଲ ମଧ୍ୟ ଖୋଜାଚାଲିଛି।

Leave a Reply

Your email address will not be published. Required fields are marked *