ରାଜ୍ୟ

ମା ମଙ୍ଗଳା ମହୋତ୍ସବ ଉଦଯାପିତ


ନିମାପଡା : ପୁରୀ ଜିଲ୍ଲା କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆ ରେ ଆରମ୍ଭ ହୋଇଥିବା ତ୍ରୟୋଦଶ ମା ମଙ୍ଗଳା ମହୋତ୍ସବ ଏକ ରଙ୍ଗାରଙ୍ଗ ସମାରୋହ ମଧ୍ୟରେ ଉଦଯାପିତ ହୋଇଯାଇଛି । ଉଦଯାପିତ ଉତ୍ସବ ରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ , ପିପିଲି ବିଧାୟକ ରୁଦ୍ର ମହାରଥୀ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ସ୍ଵପ୍ନେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ତିନିଦିନ ଧରି ଚାଲିଥିବା ମହୋତ୍ସବ କୁ ଆନୁଷ୍ଠାନିକ ଭାବେ ଉଦଯାପିତ କରିଥିଲେ । ଉତ୍ସବ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ସଭାପତିତ୍ଵ କରିଥିଲେ । ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ସମ୍ବଲପୁରୀ ନୃତ୍ୟ ଓ ଓଡିଶୀ ନୃତ୍ୟରେ ବିଳମ୍ବିତ ରାତ୍ରୀ ଝୁମି ଉଠିଥିଲେ ସମସ୍ତ ଦର୍ଶକ ଆଉ ଅତିଥି । ବିଶିଷ୍ଟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଶୀତଲ କବି, ଦେବେଶ ପତି, ଅନ୍ତରା ଚକ୍ରବର୍ତ୍ତୀ ଙ୍କ ଦଳ ପକ୍ଷରୁ ସଂଗୀତ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *