ରାଜ୍ୟ

କୋଭିଡ ଗୃହ ଉଦଘାଟିତ


ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ନୂତନ କୋଭିଡ ଗୃହ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଉଦଘାଟନ କରିଛନ୍ତି ।ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଡଃ.ପ୍ରଶାନ୍ତ କୁମାର ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଦାଶ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ଯୋଗଦେଇଥିଲେ ।ଏହି ଅବସରରେ ୫ ଜଣ ଙ୍କୁ ନେଇ ନୂତନ ଭାବେ ରୋଗୀ କଲ୍ୟାଣ କମିଟି ଗଠନ କରାଯାଇଥିଲା । କାୟାକଳ୍ପ ଦ୍ଵାରା ସ୍ବାସ୍ଥ୍ୟକେନ୍ଦ୍ର ଟି ପୁରସ୍କୃତ ହୋଇଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ର ସମସ୍ତ ଡାକ୍ତର ଙ୍କ ସମେତ ୬୦ ଜଣ କର୍ମଚାରୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।ଏହି ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୩୨ ଟି ଏ ନ ଏମ କେନ୍ଦ୍ର ରୁ ୨୬ ଟି ଏ ନ ଏମ କେନ୍ଦ୍ର ର ସମସ୍ତ ସ୍ବାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଓ ତତ୍ତ୍ଵାବଧାନ ପାଇଁ ୨୬ ଟି ଏସ ଏ ଜି ଗ୍ରୁପ କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।କାର୍ଯ୍ୟକ୍ରମକୁ ସ୍ବାସ୍ଥ୍ୟ କର୍ମୀ ତପନ କୁମାର ସାହୁ ପରିଚାଳନା କରିଥିବା ବେଳେ ଉତ୍ସବ ରେ ବି ଟି ଏମ୍ ଆଶୁତୋଷ ମିଶ୍ର , ବିପିଏମ ଶିବ ନାରାୟଣ ନନ୍ଦଙ୍କ ସମେତ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *