ଦେଶ- ବିଦେଶ

ଡାକ୍ତର ମୃତ ଘୋଷଣା କଲା ପରେ ମା’ କୋଳରେ ଚେଇଁ ଉଠିଲା ଶିଶୁ

ନୂଆଦିଲ୍ଲୀ: କଥାରେ ଅଛି, ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’। ବେଳେବେଳେ ଅବହେଳା ହେତୁ ମଣିଷ  ଜୀବନ ଚାଲି ଯାଇଥାଏ ତ ସମୟସମୟରେ ଚମତ୍କାର ହେତୁ କାହାର ଜୀବନ ବଞ୍ଚିଯାଏ ।   ଦୁନିଆରେ ଏମିତି ଅନେକ ଉଦାହରଣ ରହିଛି।

ନିକଟରେ ଏମିତି ଏକ ଘଟଣା ଦିଲ୍ଲୀର ରାଜଧାନୀରେ ଘଟିଥିବା କୁହାଯାଉଛି।  ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଦିନ ୨.୦୦ଟା ସମୟରେରେ ଏକ ଶିଶୁ କନ୍ୟା ଜନ୍ମ ନେଇଥିଲା। ଶିଶୁ ଜନ୍ମ ହେବା ପରେ ଡାକ୍ତରମାନେ ତାକୁ ମୃତ ଘୋଷିତ କରିଥିଲେ। ମୃତ୍ୟୁ ଖବର ଶୁଣି ପରିବାରଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ମୃତ ଶିଶୁକୁ ଧରି ହସ୍ପିଟାଲରୁ ଘରକୁ ଚାଲି ଆସିଥିଲେ ପରିବାରଲୋକ। ମା’  ମୃତ ଶିଶୁକୁ କୋଳରେ ଧରି କାନ୍ଦୁଥିବା ବେଳେ ହଠାତ ପରିବାରଲୋକେ ଦେଖିଲେ ଶିଶୁର ନିଶ୍ବାସ-ପ୍ରଶ୍ବାସ ଚାଲୁଛି।

ସେମାନେ ତୁରନ୍ତ ଶିଶୁକୁ ନେଇ ହସ୍ପିଟାଲ ଯାଇଥିଲେ। ହେଲେ ସେଠାରେ ଅନେକ ଅନୁରୋଧ କଲା ପରେ ବି ଡାକ୍ତରମାନେ ଶିଶୁକୁ ଦେଖି ନଥିଲେ। ଏହାପରେ ଏହି ଘଟଣା ସମ୍ପର୍କରେ କେନ୍ଦ୍ରୀୟ ଡିସିପିଙ୍କୁ ସୂଚନା ଦେଇଥିଲେ ଶିଶୁର ପରିବାରଲୋକ। ଏହାପରେ ଡିସିପି ଡେରି ନକରି ଡାକ୍ତରଙ୍କୁ ଯୋଗାଯୋଗ କରି ଶିଶୁର ଚିକିତ୍ସା ଯଥାଶୀଘ୍ର କରିବାକୁ ପରାମର୍ଶ ଦେଇଥିଲେ। ଚିକିତ୍ସା ପରେ ଶିଶୁର ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ସେ ଡାକ୍ତରଙ୍କ ନୀରିକ୍ଷଣରେ ରହିଛି। ପରିବାର ଲୋକ ନବଜାତକୁ ଜୀବିତ ପାଇ ଭଗବାନଙ୍କ ନିକଟରେ ଋଣୀ ବୋଲି କହୁଛନ୍ତି।

ତେବେ ଦିଲ୍ଲୀର ଏଲଏନଜେପି ହସ୍ପିଟାଲରେ ଡାକ୍ତରଙ୍କ ଏଭଳି ଅବହେଳା ଖବର ସାମ୍ନାକୁ ଆସିବା ପରେ କଡ଼ା ସମାଲୋଚନା କରାଯାଉଛି।

Leave a Reply

Your email address will not be published. Required fields are marked *