ମୁଖ୍ୟ ଖବର

ଆୟକର ବିଭାଗର ଚଢ଼ଉ

ସୁନ୍ଦରଗଡ଼: ସହରର ବିଭିନ୍ନ ସ୍ଥାନରେ ଆଜି ଆୟକର ବିଭାଗର ଚଢ଼ଉ ହୋଇଛି। ଟାଉନ୍ ଥାନା ଆର୍ ଆର ଆଇଟି କଲୋନିର ବ୍ୟବସାୟୀ ପ୍ରଫୁଲ୍ଲ ସୁନାନି, ମିଶନରୋଡସ୍ଥିତ ବ୍ୟବସାୟୀ ସଞ୍ଜୟ ନନ୍ଦ ଏବଂ ମେନ୍‌ରୋଡସ୍ଥିତ ବ୍ୟବସାୟୀ ରାଜେଶ ରିଯାୱାନିଙ୍କ ଘର, ଅଫିସ ଏବଂ ଦୋକାନରେ ଏକକାଳୀନ ଚଢଉ କରାଯାଇଛି। ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ସୂଚନା ମିଳିଛି। ଏହି ତିନିଟି ସ୍ଥାନ ବ୍ୟତୀତ ଆହୁରି କିଛି ସ୍ଥାନରେ ଚଢଉ ହୋଇଥିବା ସୂଚନା ମିଳିଛି । ଚଢଉରେ ରାଉରକେଲା ଏବଂ ଭୁବନେଶ୍ବରର ଟିମ୍ ସାମିଲ ଥିବା ସୂଚନା। ଚଢଉ ରେ ଅର୍ଥ କାରବାରର ସମସ୍ତ ଦସ୍ତାବିଜ ଗୁଡ଼ିକୁ ଯାଞ୍ଚ କରିବା ସହ ସେଗୁଡିକୁ ତଦନ୍ତ ପାଇଁ ଜବତ କରାଯାଇଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *