ରାଜନୀତି

ରବର୍ଟ ଭଦ୍ରା କାହିଁକି ଆଦାନୀଙ୍କ ହାତ ଧରିଥିଲେ : ଇରାନୀ

ନୂଆଦିଲ୍ଳୀ: ମଙ୍ଗଳବାର ଦିନ ଆଦାନୀ ପ୍ରସଙ୍ଗରେ କଂଗ୍ରେସ ଦଳ ନିଜର ବିରୋଧ ଜାରି ରଖିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ନିନ୍ଦା କରିଛନ୍ତି। ୨୦୦୯ ମସିହାର ଏକ ଫଟୋ ବିଷୟରେ ଉଲ୍ଲେଖ କରି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ନେଇ ଏକ ପ୍ରଶ୍ନ କରିଛନ୍ତି। ରବର୍ଟ ଭଦ୍ରା କାହିଁକି  ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀଙ୍କ ହାତ ଧରିଛନ୍ତି ବୋଲି ସ୍ମୃତି ପ୍ରଶ୍ନ କରିଛନ୍ତି।

ଯଦି ତାଙ୍କର (ରାହୁଲ ଗାନ୍ଧୀଙ୍କର) ଆଦାନୀଙ୍କ ସହ କିଛି ଅସୁବିଧା ରହିଛି, ତେବେ ତାଙ୍କ ଭିଣୋଇ ଆଦାନୀଙ୍କ ହାତ କାହିଁକି ଧରିଛନ୍ତି? ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଏପରି ପ୍ରଶ୍ନ କରିଛନ୍ତି।

ସ୍ମୃତି ଇରାନୀ ଆହୁରି ବି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ତାଙ୍କର ଘୃଣା ବ୍ରିଟେନ ଗସ୍ତ ସମୟରେ ସ୍ପଷ୍ଟ ହୋଇଛି। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ରମଣ କରୁଥିବା ବେଳେ ସମଗ୍ର ଓବିସି ସମ୍ପ୍ରଦାୟ ଉପରେ ଆକ୍ରମଣ କରିବା ତାଙ୍କର ଅଧିକାର ବୋଲି ସେ ଭାବି ନେଇଥିବା ଇରାନୀ କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆହୁରି ବି କହିଛନ୍ତି ଯେ କଂଗ୍ରେସ ଦଳ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବି ଛାଡ଼ିନଥିଲା। ମୁର୍ମୁଙ୍କ ଉପରେ ଅପମାନଜନକ ଶବ୍ଦ ବ୍ୟବହାର କରିଥିବା ବେଳେ ରାହୁଲ ଗାନ୍ଧୀ ଜଣେ ଦଲିତ ନେତାଙ୍କୁ ତାଙ୍କ ଚପଲ ବୋହି ନେବାକୁ କହିଥିଲେ।

ଅତୀତରେ ରାହୁଲ ମୋଦୀଙ୍କ ଶକ୍ତି ହେଉଛି ତାଙ୍କ ଭାବମୂର୍ତ୍ତି ବୋଲି କହିଥିଲେ। ସେ ନେଇ ସ୍ମୃତି କହିଛନ୍ତି କି ଭାରତର ଜନସଂଖ୍ୟା ହେଉଛନ୍ତି ମ‌ୋଦୀଙ୍କ ଶକ୍ତି। ତାଙ୍କ ଭାବମୂର୍ତ୍ତି କେବେ କ୍ଷୁର୍ଣ୍ଣ ହେବ ନାହିଁ।

Leave a Reply

Your email address will not be published. Required fields are marked *