ରାଜ୍ୟ

ଛାତ୍ରଛାତ୍ରୀ ଓ ଅଭିଭାବକ ଙ୍କ ବନ୍ଧୁ ମିଳନ

ନିମାପଡ଼ା: ପୁରୀ ଜିଲ୍ଲା କୋଣାର୍କ ଭଗବତୀ ବିହାର ସ୍ଥିତ ଭେଙ୍କଟେଶ୍ବର ସ୍କୁଲର ୨୦୨୨-୨୩ ମାଟ୍ରିକ୍ ବ୍ୟାଚର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ମା’ ରାମଚଣ୍ଡୀଙ୍କ ପୀଠରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲ ସ୍ତରୀୟ ଛାତ୍ରଜୀବନ କୁ ଉଦଜିବିତ କରି ରଖିବାପାଇଁ ଏହି ପ୍ରୟାସ କରାଯାଇଛି ବୋଲି ଅଭିଭାବକ ମାନେ ମତପୋଷଣ କରିଛନ୍ତି । ଭେଙ୍କଟେଶ୍ବର ସ୍କୁଲରେ ପ୍ରାଥମିକ ଶିକ୍ଷା ଆରମ୍ଭ କରି ମାଟ୍ରିକ ପରୀକ୍ଷା ଦେବା ପରେ ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ନିଜ ନିଜ ପସନ୍ଦର ଶିକ୍ଷାନୁଷ୍ଠାନରେ ପଢିବେ । ତେଣୁ ସ୍କୁଲ ସ୍ତରୀୟ ସାଙ୍ଗମାନଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରକ୍ଷା କରିବା ପାଇଁ ଏହି ପ୍ରୟାସ ସ୍ବାଗତ ଯୋଗ୍ୟ ବୋଲି ଭେଙ୍କଟେଶ୍ବର ସ୍କୁଲର ପ୍ରତିଷ୍ଠାତା ଗୁଣନିଧି ମୁଦୁଲି ପ୍ରକାଶ କରିଛନ୍ତି । ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଜୀବନର ସ୍ମୃତିକୁ ମନେପକାଇ ଥିଲେ । ଅଭିଭାବକଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ବର୍ଷ ଏହିଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସ୍କୁଲର ପରିଚାଳକ ମାନସ ମୁଦୁଲି, ଅଧ୍ୟାପକ ବିନୟଭୁଷଣ ମହାନ୍ତିଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଅଭିଭାବକ ସର୍ବେଶ୍ବର ନାୟକ, ଶିଶିର୍ କୁମାର ସେଠ, ଜୟନ୍ତ କୁମାର ସ୍ବାଇଁ, ସଞ୍ଜୟ କୁମାର ମହାନ୍ତି, ଶସ୍ମିତା ମହାନ୍ତି, ପ୍ରଣତୀ ସ୍ବାଇଁ, ଲକ୍ଷ୍ମୀପ୍ରିୟା ମୁଦୁଲି ଓ ଲକ୍ଷ୍ମୀପ୍ରିୟା ଦାଶ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *